୨୦୧୯ ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପଛର କାରଣ କହିଲେ ଗାଭାସ୍କର


ଆଇସିସି ବିଶ୍ଵକପ୍ ୨୦୧୯ ସମାପ୍ତକୁ ଏକ ବର୍ଷରୁ ଅଧିକ ସମୟ ବିତି ସାରିଛି। ଏହି ଟୂର୍ଣ୍ଣାମେଣ୍ଟକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଛି। ଗତ ବର୍ଷ ଇଂଲଣ୍ଡରେ ସଂପନ୍ନ ଏହି ଟୂର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳ ସମସ୍ତଙ୍କର ପ୍ରିୟ ଥିଲା। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଗ୍ରୁପ ପର୍ଯ୍ୟାୟରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିଲା, ମାତ୍ର ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାଜୟ ପରେ ଦଳ ବିଶ୍ଵକପ୍‌ରୁ ବାଦ୍ ପଡିଥିଲା। ଏହି ମ୍ୟାଚ୍‌ରେ ଭାରତର ଶୀର୍ଷକ୍ରମର ବ୍ୟାଟସମ୍ୟାନ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ। ମଧ୍ୟକ୍ରମ ବ୍ୟାଟସମ୍ୟାନ ମଧ୍ୟ କିଛି ଖାସ୍ କରି ପାରିନଥିଲେ। କେବଳ ମହେନ୍ଦ୍ର ସିଂହ ଧୋନୀ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ କିଛି ଆଶା ରହିଥିଲା। ହେଲେ ଧୋନୀ ରନ୍ଆଉଟ୍ ହେବା ପରେ ବିଶ୍ଵକପ୍ ଜିତିବା ସ୍ଵପ୍ନ ଚୂରମାର ହୋଇ ଯାଇଥିଲା।

ଯେବେ ବିଶ୍ଵକପ୍ ବିଷୟରେ କୌଣସି ବିତର୍କ ହୁଏ ତେବେ ଆଲୋଚନା ଦଳ ପ୍ରବନ୍ଧକଙ୍କ ଅକ୍ଷମତା ଦିଗକୁ ମୋଡିହୋଇ ଯାଏ। କାରଣ ଦଳ ପ୍ରବନ୍ଧକ ନମ୍ବର ୪ର ବ୍ୟବସ୍ଥା କରି ପାରିନଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ମଧ୍ୟ ଏହି କଥାରେ ସହମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭାରତର କେବଳ ଏହି ଭୁଲ୍ ଥିଲା ଯେ, ଦଳ ନମ୍ବର ଚାରି ପାଇଁ ଉପଯୁକ୍ତ ବ୍ୟାଟସମ୍ୟାନ ଚୟନ କରି ପାରିଲା ନାହିଁ।

ସୁନିଲା ଗାଭାସ୍କର କହିଛନ୍ତି ଆମକୁ ଦେଖିବାର ଆବଶ୍ୟକତା ରହିଛି ଆମ ପାଖରେ ନମ୍ବର ୪,୫ ଓ ୬ ପାଇଁ କିଏ ସବୁଠୁ ଭଲ ବ୍ୟାଟସମ୍ୟାନ। ଆମେ ୨୦୧୯ ବିଶ୍ଵକପ୍‌ରେ ନମ୍ବର ୪ରେ ଉପଯୁକ୍ତ ବ୍ୟାଟସମ୍ୟାନ ଚୟନ କରିନଥିବାର ଭୁଲ୍ କଲୁ। ଯଦି ଆମ ପାଖରେ ବିଶ୍ଵକପ୍‌ରେ ନମ୍ବର ୪ରେ ପାଇଁ ଉପଯୁକ୍ତ ବ୍ୟାଟସମ୍ୟାନ ଥାନ୍ତେ ତେବେ ପରିଣାମ ବୋଧହୁଏ ଅଲଗା କିଛି ହୋଇଥାନ୍ତା ବୋଲି ଗାଭାସ୍କର କହିଛନ୍ତି। ସେ କହିଛନ୍ତି ଭାରତର ଶୀର୍ଷ ୩ ବ୍ୟାଟମସ୍ୟାନଙ୍କ ଲାଇନ୍ ଅପ ଦମଦାର ରହିଛି। ବିଶ୍ଵକପର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅନେକ ଥର ଏମିତି ସ୍ଥିତି ରହିଥିଲା ଯେ ନମ୍ବର ୪ ଓ ୫ ବ୍ୟାଟସମ୍ୟାନଙ୍କୁ ଲମ୍ବା ପାଳି ଖେଳିବାର ଆବଶ୍ୟକତା ପଡିନଥିଲା। ପୁଣି ଅଚାନକ ଆପଣଙ୍କ ଟପ୍ ଅର୍ଡରର ତିନି ବ୍ୟାଟସମ୍ୟାନ ଶସ୍ତାରେ ଆଉଟ୍ ହେବେ ସେ ପୁଣି ସବୁଠୁ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ। ଦୁର୍ଭାଗ୍ୟ ଏହା ଯେ ଭାରତ ସହିତ ଏମିତି ନକ୍‌ଆଉଟ୍ ମ୍ୟାଚ୍‌ରେ ହିଁ ହେଲା। ପରିଣାମସ୍ଵରୂପ ଭାରତର ୪, ୫ ଓ ୬ ନମ୍ବରର ବ୍ୟାଟସମ୍ୟାନ ଟପ୍ ଅର୍ଡରର କ୍ଷତିକୁ ଭରଣା କରି ପାରିଲେ ନାହିଁ।


Share It

Comments are closed.