ପିସି ଅପ୍‌ଗ୍ରେଡର୍‌ଙ୍କ ପାଇଁ ଏକ ଉନ୍ନତ ବଜେଟ୍ ଏନ୍‌ଭିଏମ୍‌ଇ ଏସ୍‌ଏସ୍‌ଡି, ଡବ୍ଲ୍ୟୁଡି ବ୍ଲୁ ଏସ୍‌ଏନ୍‌୫୭୦ର ଶୁଭାରମ୍ଭ


ଭୁବନେଶ୍ୱର : ଆଜିର ଦ୍ରୁତ ବେଗରେ ଆଗକୁ ବଢୁଥିବା ଡିଜିଟାଲ ଯୁଗରେ ଆମେ ସମସ୍ତେ ନିଜ ପିସିର ପ୍ରଦର୍ଶନକୁ ଅପ୍‌ଗ୍ରେଡ୍ ଓ ଉନ୍ନତ କରିବା ପାଇଁ ବିକଳ୍ପ ସନ୍ଧାନ କରୁଛୁ । ଯଦି ଆପଣ ଏକ ଅପ୍‌ଗ୍ରେଡ୍ ଚାହୁଁଛନ୍ତି ତେବେ ୱେଷ୍ଟର୍ଣ୍ଣ ଡିଜିଟାଲର ଡବ୍ଲ୍ୟୁଡି ବ୍ଲୁ ଏସ୍‌ଏନ୍‌୫୭୦ ହେଉଛି ବିଚାର କରିବା ପାଇଁ ଏକ ୱାନ୍ ଷ୍ଟପ୍ ସଲ୍ୟୁଶନ । ଡବ୍ଲ୍ୟୁଡି ବ୍ଲୁ ଏସ୍‌ଏନ୍‌୫୭୦ ଏକ ପତଳା ଏମ୍‌.୨ ୨୨୮୦ ଫର୍ମ ଫ୍ୟାକ୍ଟରରେ ଉପଲବ୍ଧ ହେଉଛି ଏବଂ ଏହା ୫ ବର୍ଷର ୱାରେଂଟି ସହ ୪ଟି କ୍ଷମତା: ୨୫୦ଜିବି, ୫୦୦ଜିବି, ୧ଟିବି ଓ ୨ଟିବିରେ ଆସୁଛି । ଆମାଜନ୍ ଅନୁଯାୟୀ, ୨୫୦ ଜିବି ପାଇଁ ଏହାର ମୂଲ୍ୟ ୨୭୨୦ ଟଙ୍କା ରହିଥିବା ବେଳେ ୨ ଟିବି ପାଇଁ ଏହାର ମୂଲ୍ୟ ୨୦,୯୯୯ ଟଙ୍କା ରହିଛି । କମ୍ପାନୀ ୧ଟିବି ଭର୍ସନ ପାଇଁ ୩୫୦୦ଏମ୍‌ବିପିଏସ୍ ପର୍ଯ୍ୟନ୍ତ ପଠନ ବେଗ ଓ ୩୦୦୦ଏମ୍‌ବିପିଏସ୍‌ର ଲେଖିବା ବେଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି, ଯାହା ଆପଣଙ୍କ ସିଷ୍ଟମକୁ ବ୍ରାଣ୍ଡ୍‌ର ସର୍ବୋତମ ଏସ୍‌ଏଟିଏ ଏସ୍‌ଏସ୍‌ଡି ତୁଳନାରେ ୫ ଗୁଣ ଅଧିକ ଦ୍ରୁତ ବେଗରେ ପରିଚାଳନା କରିବାରେ ସାହାଯ୍ୟ କରିପାରେ ।
ଡବ୍ଲ୍ୟୁଡି ବ୍ଲୁ ଏସ୍‌ଏନ୍‌୫୭୦ରେ ୧ଟିବି ୟୁନିଟ୍ ପାଇଁ ୬୦୦ ଟିବିଡବ୍ଲ୍ୟୁର ଏକ ସହନଶୀଳତା ରେଟିଙ୍ଗ୍ ରହିଛି । ଆପଣ ୱେଷ୍ଟର୍ଣ୍ଣ ଡିଜିଟାଲ ଏସ୍‌ଏସ୍‌ଡି ଡ୍ୟାଶବୋର୍ଡକୁ ଡାଉନ୍‌ଲୋଡ୍ ମଧ୍ୟ କରିପାରିବେ ଯାହା ଆପଣଙ୍କୁ ନିଜ ଡିଭାଇସ୍‌ର ସ୍ଥିତି, ଉପଲବ୍ଧ ସ୍ପେଶ୍‌, ତାପମାତ୍ରା ଆଦିକୁ ତଦାରଖ କରିବାରେ ସାହାଯ୍ୟ କରୁଛି । ଏହାବ୍ୟତୀତ କମ୍ପାନୀ ଆଡୋବ୍ କ୍ରିଏଟିଭ୍ କ୍ଲାଉଡ୍ ପାଇଁ ଏକ ମାସର ମେମ୍ବରସିପ୍ ପ୍ରଦାନ କରୁଛି ଯାହା କ୍ରିଏଟିଭ୍ ଆପ୍ ଓ ସେବା ଏବଂ ୱେଷ୍ଟର୍ଣ୍ଣ ଡିଜିଟାଲ ସଫ୍ଟୱେୟାର ପାଇଁ ଆକ୍ରୋନିସ୍ ଟ୍ରୁ ଇମେଜ୍ ସମେତ ଅନ୍ୟାନ୍ୟ ବ୍ୟକ୍ତିଗତ ଫାଇଲ୍‌ଗୁଡିକ ପାଇଁ ଆକ୍‌ସେସ୍ ପ୍ରଦାନ କରୁଛି । ଡବ୍ଲ୍ୟୁଡି ଡ୍ୟାଶ୍‌ବୋର୍ଡ ଆପ୍ ଡ୍ରାଇଭ୍‌ରେ ଉପଲବ୍ଧ ଥିବା ସ୍ପେଶ୍‌, ସମୟକ୍ରମେ ପରିଚାଳନାଗତ ତାପମାତ୍ରା ଓ ବାକି ଥିବା ଲାଇଫ୍ ସମ୍ପର୍କିତ ସବିଶେଷ ପରିସଂଖ୍ୟାନ ପ୍ରଦର୍ଶିତ କରିଥାଏ । ଏହା ହେଉଛି ଏକ ସୁପରିକଳ୍ପିତ ଓ ଫିଚର-ସମୃଦ୍ଧ ଏସ୍‌ଏସ୍‌ଡି ମ୍ୟାନେଜ୍‌ମେଂଟ୍ ଆପ୍ ।


Share It

Comments are closed.