ଡାଏଟିଂ କରିବା ସମୟରେ ଆପଣଙ୍କୁ କ୍ରେଭିଂ ହେଉଥିଲେ ଜାଣନ୍ତୁ କରିବେ କଣ

Share It

ଓଜନ ହ୍ରାସ କରିବା ସମୟରେ ଡାଏଟରେ ଆମ୍ଭେମାନେ ସାଧାରଣତଃ ନିମ୍ନ କ୍ୟାଲୋରୀର ଖାଦ୍ୟ ଖାଇଥାଉ । କିନ୍ତୁ ନିମ୍ନ କ୍ୟାଲୋରୀ ଖାଇବା ଦ୍ୱାରା ମଝିରେ ମଝିରେ ଭୋକ ଲାଗିଥାଏ ଏବଂ ଆମ୍ଭେମାନେ ଏଣୁ ତେଣୁ ଖାଦ୍ୟ ଖାଇଥାଉ । ସେହି ସମୟରେ ଯାହା ଖାଦ୍ୟ ଖାଇଥାଉ କେବଳ ସ୍ୱାସ୍ଥ୍ୟକର ହୋଇନଥାଏ ବରଂ ଅସ୍ୱାସ୍ଥ୍ୟକର ହୋଇଥାଏ । ତେଣୁ ଆପଣ ଏପରି କିଛି କରନ୍ତୁ ଯାହା ଆପଣଙ୍କ କ୍ରେଭିଂର ମାତ୍ରାକୁ ନିୟନ୍ତ୍ରଣ କରିପାରିବ . . . . . . .
୧. ସଠିକ ପରିମାଣର ଶୁଅନ୍ତୁ – ଆପଣଙ୍କ ସଠିକ ପରିମାଣର ନଶୋଇବା ଦ୍ୱାରା ଆପଣଙ୍କୁ ଦିନଭରି ଅଳସୁଆ ଲାଗିଥାଏ ଏବଂ ଅସମୟରେ ଭୋକ ମଧ୍ୟ ଲାଗିଥାଏ । କମ ନିଦ ଶରୀରରେ ଭୋକ ହରମୋନ ଗିରୋଲିନର ମାତ୍ରା ଅଧିକ କରିଥାଏ ଯାହା ଦ୍ୱାରା ଭୋକ ଲାଗିଥାଏ । ତେଣୁ କ୍ରେଭିଂର ମାତ୍ରାକୁ କିଛି ମାତ୍ରାକୁ କମ କରିବା ପାଇଁ ଭଲଭାବେ ଶୁଅନ୍ତୁ ।
୨. ପ୍ରଚୁର ପରିମାଣର ଜଳ ପିଅନ୍ତୁ – ଆପଣଙ୍କୁ କ୍ରେଭିଂ ହେଉଥିଲେ ପର୍ଯ୍ୟାପ୍ତ ପରିମାଣର ଜଳ ପିଅନ୍ତୁ । କାରଣ ଡିହାଇଡ୍ରେସନ କ୍ରେଭିଂର କାରଣ ହୋଇପାରେ । କ୍ରେଭିଂ ସମୟରେ ଆପଣ ଗୋଟି ଗ୍ଲାସ ପାଣି ପିଅନ୍ତୁ ଏହା ତୁରନ୍ତ କ୍ରେଭିଂ କମ କରିଥାଏ ।
୩. ଖାଦ୍ୟର ପ୍ରୋଟିନର ମାତ୍ରା ଅଧିକ ରଖନ୍ତୁ – ଓଜନ ହ୍ରାସ କରିବା ସମୟରେ ଆପଣ ଡାଏଟରେ ପ୍ରୋଟିନର ମାତ୍ରା ବେଶି ରଖନ୍ତୁ । ଯାହା ଦ୍ୱାରା କ୍ରେଭିଂର ମାତ୍ରା କମ ହୋଇଥାଏ ଏବଂ ଆପଣଙ୍କୁ ଅସମୟରେ ଭୋକ ଲାଗିନଥାଏ । ପ୍ରୋଟିନ ପେଟକୁ ଫୁଲ ରଖିବା ସହିତ ଶରୀରରେ ଗଠନରେ ସାହାଯ୍ୟ କରିଥାଏ ।
୪. ଆପଣଙ୍କ ମାନସିକ ଚାପ ପ୍ରତି ଧ୍ୟାନ ଦିଅନ୍ତୁ – ବହୁ ଲୋକେ ମାନସିକ ଚାପରେ ଥିଲେ ବହୁ ପରିମାଣର ଖାଦ୍ୟ ଖାଇଥାନ୍ତି ଯାହାକି ଓଜମ ବୃଦ୍ଧି କରିଥାଏ । ଆପଣ ଚାପ ଗ୍ରସ୍ତ ଥିଲେ ଶରୀରରେ କର୍ଟିସଲର ମାତ୍ରା ବୃଦ୍ଧି କରିଥାଏ ତେଣୁ କ୍ରେଭିଂ ସହିତ ବହୁତ ଭୋକ ମଧ୍ୟ ଲାଗିଥାଏ । ତେଣୁ ନିଜକୁ ଖୁସି ରଖିବା ସହିତ ମାନସିକ ଦୁଶ୍ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।
୫. ସକାଳର ଜଳଖିଆ କେବେ ସ୍କିପ କରନ୍ତୁ ନାହିଁ – ଆପଣଙ୍କୁ କ୍ରେଭିଂ ସମସ୍ୟା ହେଉଥିଲେ ଆପଣ କେବେକି ସାକାଳର ଜଳଖିଆ ଖାଆନ୍ତୁ ନାହିଁ । ସକାଳେ ଜଳଖିଆ ଶରୀରରେ ଏକ ପ୍ରାଥମିକ ଷ୍ଟାର୍ଟ ଭାବେ କାମ କରିଥାଏ । ସାକଳୁ ପେଟଭରି ଖାଇବା ଦ୍ୱାରା ଏହା ଦିନ ଭରି କ୍ରେଭିଂ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଜଳଖିଆରେ ଆପଣ ଭିଟାମିନ ଯୁକ୍ତ ଖାଦ୍ୟ ଖାଇପାରିବେ ।


Share It

Comments are closed.