ମୋଦି ବିରୋଧୀ ମନ୍ତବ୍ୟ ଦେଇ ଶକ୍ତ ବିଦ୍ୟୁତ୍ ଝଟକା ଖାଇଲେ ପାକିସ୍ତାନ ରେଳମନ୍ତ୍ରୀ, ଭିଡିଓ ଭାଇରାଲ


ଗତ କାଲି ପାକିସ୍ତାନରରେ କାଶ୍ମୀରବାସୀଙ୍କ ସମର୍ଥନରେ ‘କାଶ୍ମୀର ଆୱାର’ ପାଳନ କରାଯାଇଥିଲା । ଏହି ଅବସରରେ ଏକ ଜନ ସମୁଦାୟକୁ ସମ୍ବୋଧନ କରିବାକୁ ଯାଇ ପାକିସ୍ତାନର ମନ୍ତ୍ରୀ ‘ଶେକ ରାସିଦ ଅହମ୍ମଦ’, ମୋଦି ବିରୋଧୀ ମନ୍ତବ୍ୟ ଦେଉଥିବାବେଳେ ତାଙ୍କୁ ଏକ ଶକ୍ତ ବିଦ୍ୟୁତ ଆଘାତ ଲାଗିବାର ଦେଖିବାକୁ ମିଳିଥିଲା । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଶେଖ ପାକିସ୍ତାନର ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ଯେ, “ମୋଦି, ଆମେମାନେ ତୁମ ଚିନ୍ତାଧାରା ପ୍ରତି ଅଗବତ ଅଛୁ ”

ଏହା କହିବାର ଠିକ ପରେ ଶେଖଙ୍କୁ ଖୁବ ଜୋରସେ ଏକ ବିଦ୍ୟୁତ ଝଟକା ଲାଗିଥିଲା । ଯାହାଦ୍ୱାରା ସେ ନିଜ ବାମ ହାତଟିକୁ ଛିଟକାଇ ଦେଇଥିଲେ । ପରବର୍ତ୍ତୀ ମୂହୂର୍ତ୍ତରେ ଘଟଣାକୁ ଏଡାଇବାକୁ ଯାଇ ଶେଖ ହସି ହସି କହିଥିଲେ ଯେ, “ଛଡା କିଛି କଥା ନାହିଁ, ମୋଦି ଏହି ସଭାକୁ କିନ୍ତୁ ଭଙ୍ଗ କରିପାରିଲେ ନାହିଁ ।” ପ୍ରକାଶ ଥାଉକି, ଦୁଇଦିନ ପୂର୍ବରୁ ପାକିସ୍ତାନର ରେଳମନ୍ତ୍ରୀ ଭାରତ ସହ ପାକିସ୍ତାନର ଯୁଦ୍ଧ ଅବସମ୍ଭାବୀ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଶେଖଙ୍କ ଏହି ମନ୍ତବ୍ୟ ପରେ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ସର୍ବସାଧାରଣ ଅନେକ ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ଉଭୟ ଦେଶଙ୍କ ମଧ୍ୟରେ ଶେଷ ଯୁଦ୍ଧ ହେବ ବୋଲି ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।


Share It

Comments are closed.