ବିରାଟଙ୍କ ୧୧ ବର୍ଷର ପୁରୁଣା ଭିଡିଓ ସୋସିଆଲ ମିଡିଆରେ ସେୟାର କଲେ ଗିବ୍ସ


ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବିସ୍ପୋଠକ ବ୍ୟାଟ୍ସମ୍ୟାନ ତଥା ପୂର୍ବତ୍ତନ କ୍ରିକେଟର ହର୍ଷଲ ଗିିବ୍ସ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଏକ ୧୧ ବର୍ଷ ପୁରୁଣା ଭିଡିଓ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ଏହା ସେହି ସମୟର ଭିଡିଓ ଅଟେ ଯେତେବେଳେ ବିରାଟ ଅଣ୍ଡର ୧୯ ଖେଳୁଥିଲେ । କୋହଲିଙ୍କୁ ବର୍ତ୍ତମାନ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳୀ ରୂପେ ବିବେଚିତ ହୋଇସାରିଥିବାବେଳେ ସେ ୨୦୦୮ ମସିହାରେ ଅଣ୍ଡର-୧୯ରେ ଭାରତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କପୁଥିଲେ । ୨୦୦୮ରେ ରେକର୍ଡିଙ୍ଗ କରାଯାଇଥିବା ଏହି ଭିଡିଓରେ ଖେଳାଳୀମାନେ ନିଜ ମନ ପସନ୍ଦର ସଟ ଏବଂ ତାଙ୍କର ପ୍ରିୟ ଖେଳାଳୀଙ୍କ ନାମ କହୁଥିବାର ଦେଖିବାକୁ ମିଳିଥିଲା ।


ଏହି ସମୟରେ ବିରାଟ ହର୍ଷଲ ଗିବ୍ସଙ୍କ ବ୍ୟାଟିଙ୍କ ଶୌଳୀକୁୁ ସେ ଖୁବ ପସନ୍ଦ କରନ୍ତିୁ ବୋଲି କହୁଥିବାର ଦେଖିବାକୁ ମିଳିଥିଲା । ବିରାଟ କହିଥିଲେ ଯେ, “ହର୍ଷଲ ଗିବ୍ସ ମୋ ପ୍ରିୟ ଖେଳାଳୀ ଅଟନ୍ତି । ”ସେପଟେ ଗିବ୍ସ ଭାରତୀୟ କ୍ରିକେଟ ଦଳର ଜଣେ ବଡ ପ୍ରଶଂସକ ଥିବାବେଲେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ବିରାଟ ବ୍ୟାଟିଙ୍ଗ ଦ୍ୱାରା ସେ ବେଶ ପ୍ରଭାବିତ ହୋଇଥିଲେ ।


Share It

Comments are closed.