କେଦାରନାଥ ଅଭିମୁଖେ ଯାଉଥିବା ହେଲିକ୍ୟାପ୍ଟରର ରାସ୍ତା ମଝିରେ ଜରୁରୀକାଳୀନ ଅବତାରଣ

Share It

ଉତ୍ତରାଖଣ୍ଡ : ଯାନ୍ତ୍ରିକ ତୃଟି ଯୋଗୁଁ କେଦାରନାଥ ଯାତ୍ରା କରୁଥିବା ଏକ ଘରୋଇ ହେଲିକ୍ୟାପ୍ଟର ରୁଦ୍ରପ୍ରୟାଗ ଜିଲ୍ଲାସ୍ଥିତ ଗପ୍ତକାଶୀ ଠାରେ ଜରୁରୀକାଳୀନ ଅବତାରଣ କରିଛି । ବୋର୍ଡରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଉତ୍ତରାଖଣ୍ଡର ଏଡିଜି ଲ ଏବଂ ୟୁସିଏଡିଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଭି ମରୁଗେସନ ସୂଚନା ଦେଇଛନ୍ତି ଯେ, କ୍ରେଷ୍ଟଲ ଆଭିଏସନ ପ୍ରାଇଭେଟ ଲିମିଟେଡ ଦ୍ୱାରା ପରିଚାଳିତ ହେଲିକ୍ୟାପ୍ଟର ଶୀରସୀରୁ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ହଠାତ ହେଲିପ୍ୟାଡ ବଦଳରେ ରାସ୍ତାରେ ଜରୁରୀକାଳୀନ ଅବତାରଣ କରିଛି ।
ଦୁର୍ଘଟଣାର କୌଣସି ସୂଚନା ନାହିଁ ବୋଲି ଡିଜିସିଏ ସୂଚନା ଦେଇଛନ୍ତି । ବାକି କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିଛି ।


Share It

Comments are closed.