କୋଲେଷ୍ଟ୍ରଲ ହ୍ରାସ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଉଷୁମ ପାଣି


ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ତେବେ ତାହା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଏହାଦ୍ୱାରା ରକ୍ତଚାପ (ବ୍ଲଡ ପ୍ରେସର) ଏପରି କି ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ତେଣୁ ଏହା କିପରି ସନ୍ତୁଳିତ ରହିବ ସେ ନେଇ ଆମେ ସତର୍କ ହେବା ଦରକାର। ଏଥିପାଇଁ ଏକ ସଜହ ଉପାୟ ମଧ୍ୟ ରହିଛି। ତାହା ହେଲା ଉଷୁମ ପାଣି ପିଇବା।

ଅର୍ଥାତ୍‌, ଜଣେ ବ୍ୟକ୍ତି ଯଦି ନିୟମିତ ଉଷୁମ ପାଣି ପିଅନ୍ତି ତେବେ ତାଙ୍କର ଶରୀରରେ କୋଲେଷ୍ଟରଲ ଅନେକାଂଶରେ ସନ୍ତୁଳିତ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘କୋଲେଷ୍ଟରଲ ଏବଂ ଉଷୁମ ପାଣି’ ଶୀର୍ଷକ ଏକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର କୋଲେଷ୍ଟରଲ ପରିମାଣ କେତେକାଂଶରେ କମୁଥିବା ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ଉଷୁମ ପାଣି ପିଇଲେ ତାହା ମଧ୍ୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ଉଷୁମ ପାଣି ପିଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଉଷୁମ ପାଣି ପିଇବା ଦ୍ୱାରା ମେଦବହୁଳତା କେତେକାଂଶରେ ଦୂର ହୋଇଥାଏ।


Share It

Comments are closed.