ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ବ୍ୟାଟେରି ପ୍ରଯୁକ୍ତି ବିକାଶ ପାଇଁ ସି୪ଭି ସହ ବୁଝାମଣାପତ୍ର ସ୍ୱାକ୍ଷରିତ

Share It

ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ନ୍ୟୁୟର୍କର ଲିଥିୟମ୍ ଆୟନ୍ ବ୍ୟାଟେରି ପ୍ରଯୁକ୍ତି କମ୍ପାନି ସି୪ଭି ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି। ବ୍ୟାଟେରି ପ୍ରଯୁକ୍ତିରେ ଉନ୍ନତି ଆଣିବା ଓ ଇଲେକ୍ଟ୍ରିକ୍ ଯାନର ପ୍ରଦର୍ଶନକୁ ବଢ଼ାଇବାରେ ଏହି ସହଯୋଗିତା ବିଶେଷ ସହାୟକ ହେବ।

ଏହି ସହଯୋଗିତା ଅଧୀନରେ ୱାର୍ଡୱିଜାର୍ଡ ଇନୋଭେସନ୍ସର ଇଲେକ୍ଟ୍ରିକ୍ ଯାନଗୁଡ଼ିକ ଆବଶ୍ୟକ କରୁଥିବା ସ୍ୱତନ୍ତ୍ର ପ୍ରଦର୍ଶନ ଅନୁସାରେ ଉନ୍ନତ ବ୍ୟାଟେରି ସେଲ୍ ପ୍ରସ୍ତୁତ କରାଯିବ। ସି୪ଭିର ବିଶେଷତାକୁ ବ୍ୟବହାର କରି ଉଚ୍ଚ ଚାର୍ଜିଂ କ୍ଷମତା ଯୁକ୍ତ ବ୍ୟାଟେରି ପ୍ୟାକ୍‌ର ଢାଂଚା ଓ ସେଲ୍ ବିକାଶ କରାଯିବ। ସଠିକ୍ ରସାୟନର ମିଶ୍ରଣ ସହିତ ଭାରତୀୟ ପାଣିପାଗକୁ ସୁହାଉଥିବା ଲିଥିୟମ୍ ଆଇରନ୍ ଫସଫେଟ୍ ବ୍ୟାଟେରି ପ୍ରସ୍ତୁତ କରାଯିବ। ଉଚ୍ଚ ପ୍ରଦର୍ଶନକାରୀ ବ୍ୟାଟେରି ସମାଧାନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି ଏହି ସହଯୋଗିତା।
ଏହି ସହଯୋଗିତା ଅଧୀନରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଓ ସି୪ଭି ମିଳିତ ଭାବେ ଉତ୍ପାଦ ମାନଦଣ୍ଡ, ନମୁନା ବିକାଶ ଓ କଠୋର ପରୀକ୍ଷଣ ଆଦିରେ କାମ କରି ଉତ୍କୃଷ୍ଟ ପ୍ରଦର୍ଶନ ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରିବେ। ଏହି ସହଯୋଗିତାରେ ଉତ୍ପାଦନକୁ ଭାରତରେ କରାଯିବ ଯାହା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସମର୍ଥନ ଦେଉଛି।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯତୀନ ଗୁପ୍ତେ କହିଛନ୍ତି ଯେ, “ସି୪ଭି ହୋଲ୍ଡିଂସ ଏଲଏଲସି ସହିତ ଏହି ଭାଗିଦାରୀ ଇଭି ବ୍ୟବସ୍ଥାରେ ବିପ୍ଳବ ଆଣିବା ପାଇଁ ଆମର ଯାତ୍ରାରେ ଏକ ମାଇଲଖୁଂଟ। ଅତ୍ୟାଧୁନିକ ବ୍ୟାଟେରି ପ୍ରଯୁକ୍ତିରେ ସହଯୋଗ କରି ଆମେ ଭାରତର ସବୁଜ ଗମନାଗମନ ଦୃଷ୍ଟିକୋଣରେ ଯୋଗଦାନ କରିବା ସହିତ ଆମ ଗ୍ରାହକମାନଙ୍କ ପାଇଁ ଅଭିନବ ଏବଂ ସ୍ଥାୟୀ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ବୁଝାମଣାପତ୍ର ଇଭି ଶିଳ୍ପରେ ସ୍ଥାନୀୟକରଣ ଏବଂ ବୈଷୟିକ ଦକ୍ଷତାକୁ ଆଗକୁ ବଢ଼ାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛି।’’
ସି୪ଭିର ସିଇଓ ଡ. ଶୈଳେଶ ଉପ୍ରେତୀ କହିଛନ୍ତି ଯେ, “ଆମର ଅତ୍ୟାଧୁନିକ ବ୍ୟାଟେରି ପ୍ରଯୁକ୍ତିକୁ ଭାରତକୁ ଆଣିବା ପାଇଁ ୱାର୍ଡୱିଜାର୍ଡ ଇନୋଭେସନ୍‌ସ ସହ ସହଯୋଗିତା କରି ଆମେ ଉତ୍ସାହିତ। ଏହି ସହଯୋଗ କେବଳ ଭାରତରେ ନୁହେଁ ବରଂ ଅନ୍ୟ ପ୍ରମୁଖ କ୍ଷେତ୍ରରେ ଯୋଗାଣ ଚୁକ୍ତି ସ୍ଥାପନ କରିବା ପାଇଁ ସି୪ଭିକୁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଛି। ୱାର୍ଡୱିଜାର୍ଡର ଦକ୍ଷତା ଏବଂ ବଜାର ଉପସ୍ଥିତିକୁ ଉପଯୋଗ କରି ଆମେ ଉଚ୍ଚ-କାର୍ଯ୍ୟଦକ୍ଷତା ବ୍ୟାଟେରୀ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଉଭୟ କମ୍ପାନୀ ପାଇଁ ଅଭିନବତା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ସ୍ଥାୟୀ ଶକ୍ତିକୁ ବିଶ୍ୱସ୍ତରୀୟ ପରିବର୍ତନକୁ ସମର୍ଥନ କରିବ।’’


Share It

Comments are closed.