ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଓ ଆମ୍ପ୍ଭୋଲ୍ଟସ୍ ଲିମିଟେଡ୍ ମଧ୍ୟରେ ଉନ୍ନତ ଇଭି ଚାର୍ଜିଂ ଭିତିଭୂମି ନେଇ ସହଯୋଗିତା
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଇଲେକ୍ଟ୍ରିକ୍ ମୋଟର ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଅଗ୍ରଣୀ ଇଭି ଚାର୍ଜିଂ ଓ ଭିତିଭୂମି ସୁବିଧା ପ୍ରଦାନକାରୀ ଆମ୍ପ୍ଭୋଲ୍ଟସ୍ ଲିମିଟେଡ୍ (ପୂର୍ବରୁ କ୍ୱେଷ୍ଟ ସଫ୍ଟଟେକ୍ ଇଣ୍ଡିଆ ଲିମିଟେଡ୍) ସହିତ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାରେ ଉଭୟ ସଂସ୍ଥାର ଶକ୍ତିକୁ ବ୍ୟବହାର କରି ଭାରତ ଓ ବିଶ୍ୱସ୍ତରରେ ଦୃଢ଼ ଇଭି ଚାର୍ଜିଂ ଭିତିଭୂମି ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ସହଯୋଗିତାର ଅଂଶ ଭାବେ ଇଭି ଚାର୍ଜିଂ ଷ୍ଟେସନ୍ ଲାଗି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚିହ୍ନଟ କରିବା ଏବଂ ପ୍ରମୁଖ ପ୍ରକଳ୍ପ ଲାଗି ଅଗ୍ରଣୀ ସହଯୋଗୀ ଭାବେ କାର୍ଯ୍ୟ କରିବାରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏକ ବ୍ୟାପକ ଇଭି ବ୍ୟବସ୍ଥା ବିକାଶ କରିବା ଲାଗି କମ୍ପାନି ଆର୍ଥିକ ସହାୟତା ସମେତ ଆବଶ୍ୟକ ସମ୍ବଳର ବ୍ୟବସ୍ଥା କରିବ।
ଆମ୍ପ୍ଭୋଲ୍ଟସ୍ ଲିମିଟେଡ୍ ପକ୍ଷରୁ ଉନ୍ନତ ଇଲେକ୍ଟ୍ରିକ୍ ଚାର୍ଜିଂ ଉପକରଣ ଯଥା ଚାର୍ଜର ଓ ଉପଯୋଗୀ ହାର୍ଡୱେର ପ୍ରଦାନ କରିବା ଭଳି ସହଯୋଗ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିକୁ ପ୍ରଦାନ କରାଯିବ। ପେମେଂଟ୍ ଗେଟ୍ୱେ ଓ ଅନଲାଇନ୍ ନିରୀକ୍ଷଣ ବ୍ୟବସ୍ଥା ଲାଗି ଏହା ସିଏମ୍ଏସ୍ ସଫ୍ଟଓୟାର ସମାଧାନ ପ୍ରଦାନ କରିବ। କମ୍ପାନି ୱାର୍ଡୱିଜାର୍ଡର ବି୨ବି କ୍ଲାଏଂଟ୍ମାନଙ୍କୁ ବ୍ୟାଟେରି ଆଜ୍ ଏ ସର୍ଭିସ୍ ସେବା ମଧ୍ୟ ପ୍ରଦାନ କରିବ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯତୀନ ଗୁପ୍ତେ କହିଛନ୍ତି ଯେ, “ଏକ ଦୃଢ଼ ଏବଂ ସ୍ଥାୟୀ ଇଭି ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଆମର ରହିଥିବା ଲକ୍ଷ ଅନୁସାରେ ଏହି ସହଯୋଗିତା ଆଗକୁ ବଢୁଛି। ଚାର୍ଜିଂ ଭିତିଭୂମି ସମାଧାନ ବିକଶିତ କରିବାରେ ଆମ୍ପଭୋଲ୍ଟର ରହିଥିବା ଦକ୍ଷତା ଆମ ଗ୍ରାହକମାନଙ୍କୁ ବିଶ୍ୱସନୀୟ ଏବଂ ଦକ୍ଷ ଚାର୍ଜିଂ ବିକଳ୍ପ ପ୍ରଦାନ କରିବାରେ ସଶକ୍ତ କରିବ। ଏହା ସେମାନଙ୍କର ସାମଗ୍ରିକ ଇଭି ଅଭିଜ୍ଞତାକୁ ବୃଦ୍ଧି କରିବ। ଇଲେକ୍ଟ୍ରିକ୍ ଯାନକୁ ଆତ୍ମବିଶ୍ୱାସର ସହ ଗ୍ରହଣ କରିବା ପାଇଁ ବ୍ୟବସାୟ ଓ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରୁଥିବା ସମନ୍ୱିତ ସମାଧାନ ପ୍ରଦାନ କରି ସବୁଜ ଗମନାଗମନକୁ ତ୍ୱରାନ୍ୱିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।’’
ଆମ୍ପଭୋଲ୍ଟସ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ବିପୁଲ ଚୌହାନ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗରେ ୱାର୍ଡୱିଜାର୍ଡ ଇନୋଭେସନ୍ସ୍ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ସହ ସହଯୋଗିତା କରି ଆମେ ଆନନ୍ଦିତ।
ଇଲେକ୍ଟ୍ରିକ୍ ଯାନ ଉତ୍ପାଦନରେ ୱାର୍ଡୱିଜାର୍ଡର ଗଭୀର ଦକ୍ଷତା ଏବଂ ବଜାରରେ ସେମାନଙ୍କର ଦୃଢ଼ ଉପସ୍ଥିତି ଆମକୁ ଆମର ଉପସ୍ଥିତି ଏବଂ ପ୍ରଭାବକୁ ବିସ୍ତାର କରିବା ପାଇଁ ଅମୂଲ୍ୟ ବୁଦ୍ଧିମତା ଏବଂ ସୁଯୋଗ ପ୍ରଦାନ କରୁଛି। ଆମର ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ମୂଲ୍ୟ ପ୍ରସ୍ତାବ ତଥା ସେମାନଙ୍କର ଦୃଢ଼ ଗ୍ରାହକ ଭିତିଭୂମି ଏବଂ ଗମନାଗମନ ଆବଶ୍ୟକତାକୁ ବୁଝିବା ଦ୍ୱାରା ଆମେ ସର୍ବାଧିକ ମୂଲ୍ୟ ପ୍ରଦାନ କରିବା ପାଇଁ ଆମର ଚାର୍ଜିଂ ଉପକରଣ ଏବଂ ସଫ୍ଟୱେୟାର୍ ସମାଧାନଗୁଡ଼ିକୁ ପ୍ରସ୍ତୁତ କରିପାରିବୁ।’’
Comments are closed.