ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଫିଲିପାଇନ୍ସକୁ କଷ୍ଟମାଇଜଡ୍ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ପ୍ରେରଣ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିିମିଟେଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଇଲେକ୍ଟିକ୍ ତିନିଚକିଆ ଯାନ “ଇ-ଟ୍ରିକ୍ (ଡ୍ରାଇଭର ସହ ୧୦ ଜଣ)କୁ ପରୀକ୍ଷଣ ପାଇଁ ଫିଲିପାଇନ୍ସ ପ୍ରେରଣ କରାଯାଇଛି। ବେଉଲା ଇଂଟରନ୍ୟାସନାଲ୍ ଡେଭେଲପ୍ମେଂଟ୍ କର୍ପୋରେସନ୍ ସହ ହୋଇଥିବା ୧.୨୯ ବିଲିଅନ୍ ଡଲାର ରାଜିନାମାର ଏହା ଏକ ଅଂଶ। ଫିଲିପାଇନ୍ସରେ ପୁରୁଣାକାଳିଆ ସାର୍ବଜନୀନ ପରିବହନ ବ୍ୟବସ୍ଥାର ସ୍ଥାନ ନେବା ଲାଗି ସେହି ଯାନକୁ ପ୍ରସ୍ତୁତ କରାଯାଇଛି ଯାହାକୁ ସେଠାରେ ବ୍ୟାପକ ଭାବେ ପରୀକ୍ଷଣ କରାଯିବ।
ଇ-ଟ୍ରିକ୍ ବ୍ୟତୀତ ୱାର୍ଡୱିଜାର୍ଡ ପକ୍ଷରୁ ୨୦୨୫ ଫେବ୍ରୁଆରିରୁ ଅନ୍ୟାନ୍ୟ ଇଲେକ୍ଟ୍ରିକ୍ ଯାନକୁ ସ୍ଥାନୀୟ ବଜାରରେ ପରୀକ୍ଷଣ ଲାଗି ଫିଲିପାଇନ୍ସ ପଠାଯିବ। ଫିଲିପାଇନ୍ସ ସରକାରଙ୍କ ସାର୍ବଜନୀନ ୟୁଟିଲିଟି ଯାନ ଆଧୁନିକୀକରଣ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବା ଲାଗି ୱାର୍ଡୱିଜାର୍ଡ ଇନୋଭେସନ୍ସ ପ୍ରତିବଦ୍ଧ ରହିଛି।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ବେଉଲା ଇଂଟରନ୍ୟାସନାଲ୍ ଡେଭେଲପ୍ମେଂଟ୍ କର୍ପୋରେସନ୍ ସହ ଆମ ସହଯୋଗିତାର ଅଂଶ ଭାବେ ଫିଲିପାଇନ୍ସର ଇଲେକ୍ଟ୍ରିକ୍ ଗମନାଗମନ ବିକାଶ ପ୍ରତି ଯୋଗଦାନ କରିବାର ସୁଯୋଗ ପାଇଥିବାରୁ ଆମେ କୃତଜ୍ଞ। ଫିଲିପାଇନ୍ସ ବଜାର ପାଇଁ ସଠିକ୍ ଉତ୍ପାଦ ବିକାଶ କରିବାକୁ ୱାର୍ଡୱିଜାର୍ଡ ଇନୋଭେସନ୍ସରେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ନିର୍ଧାରିତ ସମୟରେ ଉତ୍ପାଦ ବିକାଶ ଓ ବିନିର୍ମାଣକୁ ସମ୍ପୂର୍ଣ୍ଣ କରିବା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ। ଆମେ ଦ୍ରୁତ ଗତିରେ ପରୀକ୍ଷଣ ସ୍ତରରେ ପହଂଚିଥିବା ବେଳେ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଇ-ଟ୍ରାଇକ୍କୁ କଠିନ ପରୀକ୍ଷଣ ପାଇଁ ପଠାଇଛି। ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଉପଯୁକ୍ତ ଉତ୍ପାଦ ବିକାଶ କରିବାକୁ ଆମେ ଉଦ୍ୟମ କରୁଛୁ। ଇଲେକ୍ଟ୍ରିକ୍ ଯାନ ଗମନାଗମନ ବ୍ୟବସ୍ଥାକୁ ଆକାର ପ୍ରଦାନ କରିବା ଦିଗରେ ଭାରତ ଅଗ୍ରସର ହେଉଥିବା ବେଳେ ଏକ ବିଶ୍ୱସ୍ତରୀୟ ଲିଡର ଭାବେ ଉଦୀୟମାନ ହୋଇଛି ଏବଂ ଆନ୍ତର୍ଜାତିକ ବଜାର ପାଇଁ ଉନ୍ନତ ଓ ସ୍ଥାୟୀ ଗମନାଗମନକୁ ସକ୍ଷମ କରୁଛି। ବେଉଲା ଇଂଟରନ୍ୟାସନାଲ୍ ସହିତ ଆମର ସହଯୋଗିତା ସେହି ପ୍ରଗତିକୁ ପ୍ରତିଫଳିତ କରୁଥିବା ବେଳେ ସବୁଜ ଗମନାଗମନ ଓ କନେକ୍ଟେଡ୍ ଭବିଷ୍ୟତକୁ ଆଗକୁ ବଢ଼ାଇବା ଲାଗି ଏକ ଦୃଢ଼ ସମ୍ପର୍କ ଗଠ କରୁଛୁ।’’
ବେଉଲା ଇଂଟରନ୍ୟାସନାଲ୍ ଡେଭେଲପ୍ମେଂଟ୍ କର୍ପୋରେସନ୍ ସହିତ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଥିଲା। ଏହି ସହଯୋଗିତାରେ କମ୍ପାନି ପକ୍ଷରୁ ଇଲେକ୍ଟ୍ରିକ୍ ଦୁଇଚକିଆ, ତିନିଚକିଆ ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଚାରି ଚକିଆ ଯାନ ଯୋଗାଣ କରାଯିବ।
Comments are closed.