ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ଯାତ୍ରୀବାହୀ ତିନିଚକିଆ, କମର୍ସିଆଲ୍ ଲୋଡର୍ ଉନ୍ମୋଚିତ
ଭୁବନେଶ୍ୱର: ନୂତନ ପ୍ରଯୁକ୍ତି ଓ ଶ୍ରେଷ୍ଠ ମାନର ସୁବିଧାସୁଯୋଗ ସହିତ ପରିବେଶ ଅନୁକୂଳ ଗମନାଗମନର ପ୍ରସାର କରିବା ଲାଗି ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ତିନି ଚକିଆ ଯାତ୍ରୀବାହୀ ଓ ପଣ୍ୟବାହୀ ଯାନକୁ ଜୟ ଇ-ରିକ୍ ବ୍ରାଣ୍ଡ୍ ଅଧୀନରେ ଉନ୍ମୋଚନ କରାଯାଇଛି। ଏଥି ସହିତ କମ୍ପାନି ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର “ନେମୋ”କୁ ଜୟ ଇ-ବାଇକ୍ ଅଧୀନରେ ଉନ୍ମୋଚନ କରାଯାଇଛି।
ଚାଳକ ଓ ଯାତ୍ରୀମାନଙ୍କ ପାଇଁ ଇଲେକ୍ଟ୍ରିକ୍ ତିନି ଚକିଆ ଯାନକୁ ଭରସାଯୋଗ୍ୟ, ସୁରକ୍ଷିତ ଓ ପ୍ରାକ୍ଟିକାଲ୍ କରିବା ଲାଗି କମ୍ପାନି ପକ୍ଷରୁ ଯାତ୍ରୀବାହୀ ବର୍ଗରେ ଜୟ ଇ-ରିକ୍ ଏଲ୍୫ ଓ ଜୟ ବନ୍ଧୁ ଏଲ୍୩ ଏବଂ ମାଲବାହୀ ଅଧୀନର ଜୟ ଇକୋ ଉନ୍ମୋଚନ କରାଯାଇଛି। କମର୍ସିଆଲ୍ ମଡେଲ୍ଗୁଡ଼ିକୁ ସ୍ୱୀକୃତିପ୍ରାପ୍ତ ଡିଲରସିପ୍ରେ ଉପଲବ୍ଧ ହେବ।
ଜୟ ଇ-ବାଇକର ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରି କମ୍ପାନି ଏହାର ନୂଆ ସ୍ପିଡ୍ ସ୍କୁଟର ନେମୋକୁ ଉନ୍ମୋଚନ କରିଛି ଯାହାର ଡିଜାଇନ୍ ବେଶ୍ ବଳିଷ୍ଠ ହୋଇଥିବା ବେଳେ ସେଥିରେ ବହୁ ପ୍ରକାର ନୂଆ ସୁବିଧା ଓ ପ୍ରଯୁକ୍ତି ରହିଛି ଯାହା ଚାଳକଙ୍କୁ ଅଧିକ ଆରାମ ଓ ସୁବିଧା ପ୍ରଦାନ କରିବ। ଜୟ ଇ-ବାଇକ୍ର ନୂଆ ଉତ୍ପାଦ ନୂତନ ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ।
କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟାତିନ ଗୁପ୍ତେ କହିଛନ୍ତି ଯେ,“ଉଭୟ ବ୍ୟବସାୟିକ କ୍ଷେତ୍ରରେ ଆମର ନୂତନ ମଡେଲ ସବୁଜ ଏବଂ ପରିବେଶ ଅନୁକୂଳ ଗମନାଗମନ ଆଡକୁ ଭାରତର ପରିବର୍ତନକୁ ଆଗେଇ ନେବା ପାଇଁ ଆମର ପ୍ରତିବଦ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିଛି । “ମେଡ୍ ଇନ୍ ଇଣ୍ଡିଆ’ ଜୟ-ଇ-ରିକ୍ ମଡେଲ୍ ଗୁଡ଼ିକ ଡ୍ରାଇଭରଙ୍କ ଆଶା ପୂରଣ କରିବା ସହିତ ଆମ ରାସ୍ତାର ଅନନ୍ୟ ଆହ୍ୱାନର ମୁକାବିଲା କରିବା ପାଇଁ ଚିନ୍ତାଶୀଳ ଭାବେ ପ୍ରସ୍ତୁତ କରାଯାଇଛି। ସେପଟେ ଜୟ ଇ-ବାଇକ୍ ବର୍ଗରେ “ନେମୋ’ର ଶୁଭାରମ୍ଭ କେବଳ ଆମ ଉତ୍ପାଦ ପୋର୍ଟଫୋଲିଓକୁ ସୁଦୃଢ଼ କରିନାହିଁ ବରଂ ସ୍ଥାୟୀ, ଦକ୍ଷ ଏବଂ ଅଭିନବ ପରିବହନ ସମାଧାନ ଚାହୁଁଥିବା ଏକ ନୂତନ, ସଚେତନ ପିଢ଼ିର ଆକାଂକ୍ଷାକୁ ମଧ୍ୟ ଆକୃଷ୍ଟ କରୁଛି। ଏହି ସଂଯୋଗଗୁଡିକ ଆମର ଗ୍ରାହକମାନଙ୍କର ବିକଶିତ ଆବଶ୍ୟକତା ସହିତ ସମନ୍ୱୟ ରକ୍ଷା କରି ଆମର ମୂଲ୍ୟ ପ୍ରସ୍ତାବକୁ ବଢ଼ାଇଛି ଏବଂ ଦେଶରେ ଏକ ମଜବୁତ ଇଭି ବ୍ୟବସ୍ଥା ନିର୍ମାଣରେ ଏକ ଚାଳକ ଶକ୍ତି ଭାବରେ ଆମର ସ୍ଥିତିକୁ ପୁନଃପ୍ରମାଣିତ କରୁଛି। ସ୍ଥାୟୀ ଗମନାଗମନର ଅନ୍ୟତମ ଅଗ୍ରଣୀ ପ୍ରମୋଟର ଭାବେ ଆମେ ଅତ୍ୟାଧୁନିକ ଉତ୍ପାଦ ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ଅଛୁ ଯାହା ସ୍ୱଚ୍ଛ, ସବୁଜ ପରିବହନ ବିକଳ୍ପ ଆଡକୁ ପରିବର୍ତନକୁ ପ୍ରେରଣା ଦିଏ।”
Comments are closed.