ଜୀବନରେ ଲାଗି ରହିଥିବା ସମସ୍ୟାରୁ ପିଛା ଛଡ଼ାଇବାକୁ ଚାହୁଁଛନ୍ତି? କରନ୍ତୁ ଏହି ସରଳ ଉପାୟ


ଅନେକ ସମୟରେ ଦେଖାଯାଏ, ଜୀବନରେ ବାରମ୍ବାର ସମସ୍ୟା ଲାଗି ରହିଥାଏ। ଏହାସହ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ଲାଗି ରହିବା। ଏହାର କାରଣ ବାସ୍ତୁ ଦୋଷ ବୋଲି କୁହାଯାଏ। ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ପାଇଁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ..

ବାସ୍ତୁ ଅନୁଯାୟୀ, କ୍ଷୀରକୁ ଯେଉଁ ପାତ୍ରରେ ମଧ୍ୟ ରଖନ୍ତୁ , ତାହାକୁ କଦାପି ଖାଲି ରଖନ୍ତୁ ନାହିଁ। ଏହାକୁ ସର୍ବଦା ଘୋଡାଇ ରଖନ୍ତୁ। କ୍ଷୀରକୁ ଖୋଲା ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ,ମାନସିକ ଅଶାନ୍ତି ଏହାସହ ରୋଗ ଲାଗି ରହିଥାଏ।

ଛାତ ଉପରେ କଦାପି ଖାଲି ମାଠିଆ, ପୁରୁଣା ଭଙ୍ଗା ଫୁଲଦାନୀ, ଖରାପ ଆସବାବ ପତ୍ର, ପଙ୍ଖା, ଖରାପ ଜିନିଷ ପତ୍ର ରଖନ୍ତୁ ନାହିଁ। ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ଏକ ଲାଲ ରୁମାଲ ରଖି ଶୁଅନ୍ତୁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ।

ଘରକୁ କଦାପି ଅନ୍ଧକାର ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ସାମ୍ନାରେ କଦାପି କଣ୍ଟାଜାତୀୟ ଗଛ ରଖନ୍ତୁ ନାହିଁ। ଘରର ସାମ୍ନା ଅପରିଷ୍କାର ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ।

ଘରର ମୁଖ୍ୟଦ୍ୱାର ସମ୍ମୁଖ କବାଟରେ ପ୍ରଭୁ ଗଣେଶଙ୍କ ଫଟୋ,ଶୁଭ-ଲାଭ, ଦେବୀ ଦେବତାଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ।

ସେହିପରି ରୋଷେଇ ଘରକୁ କଦାପି ଜୋତା-ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି। ଘରେ କଳହ ହୋଇଥାଏ। ଏହାସହ ଭୋଜନ କରିବା ପୂର୍ବରୁ ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ। ଏହାଦ୍ୱାରା ଜାତକରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।


Share It

Comments are closed.