ପ୍ରତ୍ୟେକ ଦିନ ଚାଲିବା ଦ୍ୱାରା ଦୂର ହୋଇଥାଏ ଏହି ସବୁ ରୋଗ, ଅଧ୍ୟୟନ ରେ ଦାବି


ଆଧୁନିକ ଯୁଗରେ ମନୁଷ୍ୟ ବିଳାଶ ବ୍ୟସନ ପାଇଁ ବିଭିନ୍ନ ଯନ୍ତ୍ରପାତିର ଉଦ୍ଭାବନ କରିଛି । ଏହା ହିଁ ତାହାର ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଛି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଯାନବାହନର ବହୁଳ ବ୍ୟବାହର ହେଉଛି । ଯାହାକି ମନୁଷ୍ୟକୁ ଅଳସୁଆ କରି ଦେଉଛି । ପାଖରୁ ଅତି ପାଖ ସ୍ଥାନକୁ ଯିବା ପାଇଁ ପାଦରେ ଚାଲିଯିବା ଅପେକ୍ଷା ଗାଡ଼ି ବ୍ୟବହାର କରିବାକୁ ମନୁଷ୍ୟ ପ୍ରାଧାନ୍ୟ ଦେଉଛି । ତେବେ ଚାଲିବା ଦେହ ପାଇଁ ବହୁତ ଆବଶ୍ୟକ ହୋଇଥିବା ବେଳେ ଏହା ମନୁଷ୍ୟ ଶରୀରରେ ହେଉଥିବା ବଡ଼ ବଡ଼ ରୋଗର ନିରାକରଣ ମଧ୍ୟ କରିଥାଏ ।

ଅଷ୍ଟ୍ରେଲିଆର ୟୁନିଭରସିଟି ଅଫ୍‌ ସିଡ୍‌ନୀ ଏବଂ ୟୁନିଭରସିଟି ଅଫ୍‌ ଦକ୍ଷୀଣ ଡେନ୍‌ମାର୍କର ମିଳିତ ଚାଲିବାକୁ ନେଇ ଅଧ୍ୟୟନ କରିଛନ୍ତି । ଏହାର ତଥ୍ୟ ଅନୁସାରେ ପ୍ରତ୍ୟେକ ଦିନ ୧୦ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହୃଦ୍‌ ରୋଗ, କ୍ୟାନ୍ସର, ଡିମେନ୍ସିଆ ଏବଂ ମୃତ୍ୟୁ ହେବାର ସମ୍ଭାବନାକୁ କମାଇ ଥାଏ । ଯଲ୍‌ଦି ଯଲ୍‌ଦି ଚାଲିବା ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ ।

ପ୍ରତ୍ୟେକ ୨ ହଜାର ଷ୍ଟେପ୍‌ ଅକାଳ ମୃତ୍ୟୁ ହେବାର ଆଶଙ୍କାକୁ ୮ ରୁ ୧୧ ପ୍ରତିଶତକୁ ହ୍ରାସ କରିଦେଇଥାଏ । ଦିନକୁ ପ୍ରାୟ ୧୦ ହଜାର ଷ୍ଟେପ୍ ପର୍ଯ୍ୟନ୍ତ ଚାଲିବା ଦେହ ପାଇଁ ଭଲ ହୋଇଥାଏ । ହୃଦ୍‌ରୋଗ ଏବଂ କର୍କଟ ରୋଗ ଆଦିକୁ ଏହା କମ୍‌ କରାଇଥାଏ । ଦୈନିକ ଅଧିକ ସଂଖ୍ୟକ ଷ୍ଟେପ୍‌ ଡିମେନ୍ସିଆର ବିପଦକୁ କମ୍‌ କରାଇଥାଏ । ଏଥି ସହିତ ୯,୮୦୦ ଷ୍ଟେପ୍ ଡିମେନ୍ସିଆ ୫୦ ପ୍ରତିଶତ ହ୍ରାସ କରାଇଦେଇଥାଏ । ଦିନକୁ ୩, ୮୦୦ ଷ୍ଟେପ୍‌ ଚାଲିବା ଦ୍ୱାରା ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ ରୋଗ ହ୍ରାସ କରିଥାଏ ।

ଏହି ଅଧ୍ୟୟନ ଲଣ୍ଡନର ବାୟୋବ୍ୟାଙ୍କ ସହିତ ଜଡ଼ିତ । ଏଥିରେ ୪୦ରୁ ୭୯ ବର୍ଷ ବୟସର ୭୮,୫୦୦ ଲୋକଙ୍କୁ ନିଆଯାଇଥିଲା । ୭ ବର୍ଷ ଧରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧ୍ୟୟନ କରାଯାଇଥିଲା । ଅଂଶଗ୍ରହଣକାରୀ ମାନେ ହାତରେ ଏକ ଅକ୍ସିଲେରୋମିଟର ୭ ଦିନ ପାଇଁ ଲଗାଇଥିଲେ । ଯାହାକି ସେମାନଙ୍କ ଶାରୀରିକ କାର୍ଯ୍ୟ କଳାପକୁ ମାପିବାରେ ସାହାଯ୍ୟ କରିଥିଲା ।


Share It

Comments are closed.