ଭଲଭୋ ଏକ୍ସସି ୪୦ ଦୁଇଟି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ


ଭଲଭୋ ଏକ୍ସସି ୪୦ ହେଉଛି ପ୍ରଥମ ଲକ୍ସୁରୀ କାର୍ ଯିଏକି ପ୍ରିମିୟମ କାର୍ ଅଫ୍ ଦି ଇୟର ୨୦୧୯ ସମ୍ମାନରେ ସମ୍ମାନିତ ହୋଇଛି । ଗତ ଗୁରୁବାର ଦିନ ଇକୋଟି ସେରେମୋନିରେ ଉକ୍ତ ସମ୍ମାନ ପାଇଥିବାବେଳେ ଏହାର ପୂର୍ବଦିନ ସମ୍ମାନଜନକ ଅଟୋକାର୍ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି । ଏକ୍ସସି ୪୦ ଶୁଭାରମ୍ଭ ହେବାର ଗୋଟିଏ ମାସ ମଧ୍ୟରେ ଏହା ଲକ୍ସୁରୀ ବିଭାଗରେ ନିଜର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ସହିତ ଅଗ୍ରଣୀ ରହିଆସିଛି । ଏକ୍ସସି ୪୦ର ସଫଳତା ଭାରତରେ ଭଲଭୋ କାର୍ର ବିକ୍ରିକୁ ଜାନୁୟାରୀରୁ ଅକ୍ଟୋବର ମାସ ୨୦୧୮ ମଧ୍ୟରେ ୪୦% ଅଭିବୃଦ୍ଧି କରିପାରିଛି ।
ଏହି ପରିପ୍ରେକ୍ଷୀରେ ଭଲବୋ କାର୍ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଚାର୍ଲସ ଫ୍ରମ୍ପ କହିଛନ୍ତିଯେ, “ଆମ୍ଭେମାନେ ଏହି ଦୁଇଟିଯାକ ପୁରସ୍କାର ପାଇ ଅତ୍ୟନ୍ତ ଉତ୍ସାହିତ ହେବା ସହିତ ଲକ୍ସୁରୀ କାର୍ ବିଭାଗରେ ଏହାର ଅହେତୁକ ଅଭିବୃଦ୍ଧି ହୋଇପାରିଛି । ଇକୋଟି ଏବଂ ଅଟୋକାର ପୁରସ୍କାର ଆମ୍ଭମାନଙ୍କୁ ଅତିରିକ୍ତ ସମ୍ମାନ ପ୍ରଦାନ କରିଛି, ଯାହାକି ଆମ୍ଭମାନଙ୍କୁ ୨୦୧୯ରେ ଅଧିକ ସମୃଦ୍ଧି ପାଇଁ ପଥପ୍ରଦର୍ଶକ ହୋଇପାରିଛି । ଆମ୍ଭେମାନେ ଆମର ଗ୍ରାହକ ମାନଙ୍କୁ , ଡ଼ିଲର ସହଯୋଗୀ, ଆମ ଟିମ୍ ଏବଂ ଗ୍ଲୋବାଲ୍ ଟିମଙ୍କୁ ସମସ୍ତ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଉଛୁ ।”


Share It

Comments are closed.