ଭଲଭୋ ପକ୍ଷରୁ ଭାରତରେ ପ୍ଲଗ୍ ଇନ୍ ହାଇବ୍ରିଡ଼ କାରର ଏକତ୍ରିକରଣ


ଦଶେର ଅଗ୍ରଣୀ ବିଳାସପ୍ରର୍ଣ୍ଣ କାର୍ ନିର୍ମାତା, ଭଲଭୋ କାର୍ ପକ୍ଷରୁ ଭାରତରେ ପ୍ଲଗ୍ ଇନ୍ ହାଇବ୍ରିଡ଼ କାର୍ ଗୁଡ଼ିକର ଏକତ୍ରିକରଣ କରାଯାଉଛି । ଭଲଭୋ ଏକ୍ସସି୯୦ ଏହାର ସୃଙ୍ଖଳାରୁ ଭାରତର ପ୍ରଥମ କାର୍ ହେବାକୁ ଯାଉଛି, ଯାହାର ପ୍ଲଗ୍ ଇନ୍ ହାଇବ୍ରିଡ଼ ଭ୍ୟାରିଆଣ୍ଟ୨୦୧୯ ସୁଦ୍ଧା ବେଙ୍ଗାଲୁରୁ ପ୍ଲାଣ୍ଟରେ ଏକତ୍ରିତ ହେଉଛି । ଏହି କାର୍ ବ୍ୟତୀତ ଭଲଭୋର ଏକ ରେଞ୍ଜର ପ୍ଲଗ୍ ଇନ୍ ହାଇବ୍ରିଡ ଗୁଡ଼ିକ ଆଗାମୀ ୩ ବର୍ଷ ମଧ୍ୟରେ ଶୁଭାରମ୍ଭ ହେବାକୁ ଯାଉଛି ।
ବ୍ରିଥ୍ ଫ୍ରି ପଦକ୍ଷେପ ଅନୁଯାୟୀ, ଭଲଭୋ କାର୍ ସଚେତନତା ସୃଷ୍ଟି କରିବା ପାଇଁ ପାରିବେଶିକ କାର୍ଯ୍ୟକଳାପ ଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛି । ଉତ୍ତମ ପରିବେଶ ଓ ବୈଦ୍ୟୁତିକ ଭବିଷ୍ୟତ ଦିଗରେ ପ୍ରତିଶୃତି ପ୍ରଦାନ କରି ଭଲଭୋ କାର୍ ପ୍ରଚଳିତ ପାୱାର ଟ୍ରେନଗୁଡ଼ିକୁ ବାହାରକରି କେବଳ ବିଦ୍ୟୁତକରଣ ଉପରେ ଦୃଷ୍ଟି ଦେବାକୁ ଯୋଜନା କରୁଛି । ୨୦୧୯ରୁ ଆଗକୁ ଭଲଭୋ ବୈଦ୍ୟୁତିକ ଚାଳନା ବୈଶିଷ୍ଟ୍ୟଯୁକ୍ତ କାରଗୁଡ଼ିକ ନିର୍ମାଣ କରିବା ଦିଗରେ ପ୍ରତିଶୃତିବଦ୍ଧତା ପ୍ରଦାନ କରୁଛି ।
ଶ୍ରୀଯୁକ୍ତ ଚାର୍ଲସ୍ ଫ୍ରମ୍ପ- ପରିଚାଳନା ନିର୍ଦ୍ଦେଶକ, ଭଲଭୋ କାର୍ ପ୍ରକାଶ କରିଛନ୍ତି ଯେ, “ପ୍ଲଗ୍ ଇନ୍ ହାଇବ୍ରିଡ଼ ଗୁଡ଼ିକର ସ୍ଥାନୀୟକରଣ ଆମ ପାଇଁ ବ÷ଦ୍ୟୁତିକରଣର ଭବିଷ୍ୟତକୁ ଦର୍ଶାଉଛି । ଆମର ଗ୍ରାହକମାନେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ନେଇ ସଚେତନ ଅଛନ୍ତି । ଏକ ବିଳାସପୂର୍ଣ୍ଣ କାର୍ ନିର୍ମାତା ଭାବରେ ଆମେ ଭବିଷ୍ୟତର ବୈଦ୍ୟୁତିକରଣ ଉପରେ ବିଶ୍ୱାସ କରୁଛୁ । ଏଭଳି ପଦକ୍ଷେପ ସହିତ ଆମର କାର୍ଯ୍ୟ ସକ୍ଷମତା ନିମନ୍ତେ ମୁଁ ଖୁବ୍ ଆନନ୍ଦିତ ଓ ଆମେ ଏହାକୁ ଭବିଷ୍ୟତରେ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଚେଷ୍ଟା କରୁଛୁ ।”


Share It

Comments are closed.