ଭୋଲଭୋ କାର ଇଣ୍ଡିଆ ପକ୍ଷରୁ ଅଲ ନ୍ୟୁ ଏସ୬୦ ପାଇଁ ଅନଲାଇନ ପ୍ରିବୁକିଙ୍ଗ ଆରମ୍ଭ


ଭୁବନେଶ୍ୱର: ଭୋଲଭୋ କାର ଇଣ୍ଡିଆ ଏହାର ଅଲ ନ୍ୟୁ ଏସ୬୦ ପାଇଁ ଆଗୁଆ ଅନ୍‌ଲାଇନ୍ ପ୍ରିବୁକିଙ୍ଗ ଆରମ୍ଭ କରିଛି । ଏଥିରେ ସୀମିତ ସଂଖ୍ୟାର ଅନ୍‌ଲାଇନ୍ ବୁକିଙ୍ଗ ପାଇଁ ଏହି କାରର ପ୍ରାରମ୍ଭିକ ମୂଲ୍ୟକୁ ୪୫.୯ଲକ୍ଷଟଙ୍କା( ଏକ୍ସ ଶୋ ରୁମ ମୂଲ୍ୟ ) ରଖାଯାଇଛି । ଏହି ଲକ୍ସୁରୀ ସେଡାନର ପ୍ରାରମ୍ଭିକ ଗ୍ରାହକମାନଙ୍କୁ କମ୍ପାନୀ ପକ୍ଷରୁ ଏକ୍ସକ୍ଲୁସିଭ ଟ୍ରେ କ୍ରୋନୋର ଏକ୍ସପିରିୟନ୍ସ କାର୍ଯ୍ୟକ୍ରମର କମ୍ପ୍‌ଲିମେଂଟାରୀ ମେମ୍ବରସିପ ମଧ୍ୟ ଅଫର କରାଯାଉଛି । ଏକ୍ସକ୍ଲୁସିଭ ଟ୍ରେ କ୍ରୋନୋର ଏକ୍ସପିରିୟନ୍ସ କାର୍ଯ୍ୟକ୍ରମ ଜରିଆରେ ଏହି ନୂତନ ଏସ୬୦ର ମାଲିକଙ୍କୁ ଉତ୍ସର୍ଗୀକୃତ ଭୋଲଭୋ ରିଲେସନସିପ ମ୍ୟାନେଜର, କିଛି ସର୍ଭିିସ ପାଇଁ ଡୋରଷ୍ଟେପ ସମାଧାନ, ସର୍ଭିସ ସମ୍ବନ୍ଧିତ ଆବଶ୍ୟକତା ପାଇଁ କାର ପିକ୍‌ଅପ ଓ ଡ୍ରପ, ନୂଆ ଗ୍ରାହକଙ୍କୁ ରେଫର କରିବା ଦ୍ୱାରା ଅତିରିକ୍ତ ଲାଭ ତଥା ନୂଆ କ୍ରୟ ଉପରେ ପୁରସ୍କାର ଭଳି ସୁବିଧା ଏବଂ ପର୍ସନାଲାଇଜଡ ଅଭିଜ୍ଞତା ପ୍ରଦାନ କରାଯିବ । ଏହାର ବୁକିଙ୍ଗ କମ୍ପାନୀର ୱେବସାଇଟ ଦ୍ୱାରା କରାଯାଇପାରିବ ଏବଂ ଜାନୁଆରୀରୁ ଫ୍ରେବୃଆରୀ ମଧ୍ୟରେ ବୁକ୍ କରାଯାଇଥିବା କାର୍‌ଗୁଡ଼ିକର ଡେଲିଭରୀ ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ ହୋଇଯିବ ।
ଏହା ସମ୍ପର୍କରେ ଭୋଲଭୋ କାର ଇଣ୍ଡିଆର ମ୍ୟାନେଜିଙ୍ଗ ଡାଇରେକ୍ଟର ଚାର୍ଲସ ଫ୍ରମ୍ପ କହଛନ୍ତି ଯେ, “ଏହି ନୂତନ ଏସ୬୦ ସବୁଠାରୁ ସୁରକ୍ଷିତ କାରଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ଏହା ନିଶ୍ଚିତ ରୂପେ ଆମକୁ ଆହୁରି ଅଧିକ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ ।”
ଏହି କାର ଭୋଲଭୋର ନିଜସ୍ୱ ସ୍କେଲେବଲ ପ୍ରଡକ୍ଟ ଆର୍କିଟେକ୍‌ଚର(ଏସପିଏ) ପ୍ଲାଟଫର୍ମରେ ନିର୍ମିତା ଏହା ୟୁରୋ ଏନସିଏପି ଠାରୁ ଫାଇବ ଷ୍ଟାର ରେଟିଙ୍ଗ ମଧ୍ୟ ହାସଲ କରିଛି, ଯାହାକି କାରଗୁଡ଼ିକୁ ସେମାନଙ୍କ ସେଫ୍‌ଟି ଫିଚର ଆଧାରରେ ପ୍ରମାଣିତ କରିଥାଏ । ଏହି ନୂତନ ଏସ୬୦ରେ ଅଗ୍ରଣୀ ୯୦ ସିରିଜ କାର୍ ଏବଂ ପୁରସ୍କାର ବିଜୟୀ ଏକ୍ସସି୬୦ ଭଳି ସୁରକ୍ଷା ଟେକ୍ନୋଲୋଜି ଏବଂ ଇନଫୋଟେନମେଂଟ ସିଷ୍ଟମ ରହିଛି । ଏଥିରେ ଷ୍ଟିୟରିଂ ସପୋର୍ଟ ସହିତ ସିଟି ସେଫଟି, ଆଡାପ୍ଟିଭ କ୍ରୁଜ କଂଟ୍ରୋଲ, ପାଇଲଟ ଆସିଷ୍ଟ, ଡ୍ରାଇଭ ଆଲର୍ଟ କଂଟ୍ରୋଲ ଭଳି ଆହୁରି ଅନେକ ସେଫଟି ଫିଚର ରହିଛି । ସେହିଭଳି ଏଥିରେ ପାନୋରାମିକ ସନ୍‌ରୁଫ୍‌, ଥୋରର ହାମର ହେଡଲାଇଟ, ରିୟର ପାର୍କ ଆସିଷ୍ଟ କ୍ୟାମେରା, ୱାୟରଲେସ ଚାର୍ଜିଙ୍ଗ, ଆପଲ କାର ପ୍ଲେ ଏବଂ ଆଣ୍ଡ୍ରଏଡ ଅଟୋ କନେକ୍ଟିଭିଟି ଭଳି ଅନେକ ଲକ୍ସୁରିୟସ ଫିଚର ରହିଛି । ଏହା କମ୍ଫର୍ଟ, ଇକୋ ଏବଂ ଡାଇନାମିକ ଡ୍ରାଇଭ ମୋଡ଼ ପ୍ରଦାନ କରୁଛି ।


Share It

Comments are closed.