ଭଲ୍‌ଭୋ କାର୍ ଇଣ୍ଡିଆ ପକ୍ଷରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗରେ ଭଲ୍‌ଭୋ କାର୍ ଫାଇନାନ୍ସିଆଲ୍ ସର୍ଭିସେସ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭଲ୍‌ଭୋ କାର୍ ଗ୍ରାହକଙ୍କୁ ସୁବିଧାଜନକ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ନେଇ ଭଲ୍‌ଭୋ କାର୍ ଇଣ୍ଡିଆ ପକ୍ଷରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗରେ ଭଲ୍‌ଭୋ କାର୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଆରମ୍ଭ କରାଯାଇଛି । କାର୍‌ର ୧୦୦% ଏକ୍ସ ସୋ’ରୁମ୍ ମୂଲ୍ୟ ପର୍ଯ୍ୟନ୍ତ ଏହା ଫାଇନାନ୍ସ ପ୍ରଦାନ କରିବ । ଗ୍ରାହକଙ୍କୁ ଏହା ସୁବିଧାଜନକ ପରିଶୋଧ ବିକଳ୍ପ ଦେବ ଏବଂ କୌଣସି ଫୋରକ୍ଲୋଜର ଚାର୍ଜ ମଧ୍ୟ ଆଦାୟ କରିବ ନାହିଁ । ଏହା ୭ ବର୍ଷ ପର୍ଯ୍ୟନ୍ତ ଅବଧିର ଋଣ ଦେବ । ବୀମା, ବର୍ଦ୍ଧିତ ୱାରେଂଟି, ସେବା ପ୍ୟାକେଜ୍ ଓ ଆକ୍‌ସେସୋରିଜ୍ ପାଇଁ ମଧ୍ୟ ଏହା ଫାଇନାନ୍ସ ପ୍ରଦାନ କରିବ ।
ଏ ସମ୍ପର୍କରେ ଭଲ୍‌କୋ କାର୍ ଇଣ୍ଡିଆର ପରିଚାଳନା ନିର୍ଦେଶକ ଚାର୍ଲସ୍ ଫ୍ରମ୍ପ୍ କହିଛନ୍ତି ଯେ, “ଭଲ୍‌ଭୋ କାର୍‌ର ଫାଇନାନ୍ସ କରିବା ଲାଗି ଭଲ୍‌ଭୋ କାର୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏକ ଦ୍ରୁତ, ନମନିୟ ଓ ସୁଲଭ ସମାଧାନ । ଏହା ଆମର ଲୋକ କୈନ୍ଦ୍ରିକ ବ୍ୟବସ୍ଥାର ସମ୍ପ୍ରସାରଣ ଯାହା ଗ୍ରାହକମାନଙ୍କୁ ଏକ ସହଜରେ ଏକ କାର୍‌ର ମାଲିକା ହେବା ସୁବିଧା ଦେବ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଦ୍ୱାରା ଆମ ବ୍ରାଣ୍ଡ୍ ଉପରେ ଗ୍ରାହକଙ୍କ ବିଶ୍ୱାସ ଆହୁରି ବୃଦ୍ଧି ପାଇବ ।’’
ଏଚ୍‌ଡିଏଫ୍‌ସି ବ୍ୟଙ୍କର କଂଟ୍ରି ହେଡ୍‌, ରିଟେଲ୍ ଲେଣ୍ଡିଂ ଅରବିନ୍ଦ କପିଲ କହିଛନ୍ତି ଯେ, “ଭାରତର ସମଗ୍ର ଡିଲରସିପ୍‌କୁ ଏହି ।ସବା ଆଣିବା ଲାଗି ଭଲ୍‌କୋ କାର୍ ସହିତ ହୋଇଥିବା ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ । ଆମେ ଗ୍ରାହକଙ୍କୁ କେବଳ ସୁବିଧା ପ୍ରଦାନ କରିବୁ ନାହିଁ ବରଂ ଆମର ବ୍ୟାପକ ଉତ୍ପାଦ ଓ ସେବା ହାସଲ କରିବାର ଅନୁଭୂତି ଦେବୁ । ଏଥିପାଇଁ ଏହି ସହଯୋଗିତା ଏହା ସହ ଜଡ଼ିତ ସମସ୍ତଙ୍କ ପାଇଁ ଲାଭଦାୟକ କାରଣ ଏହା ବ୍ୟକ୍ତିଗତ ଭାବେ ସୁହାଇବା ଭଳି ଓ ସୁଲଭ ମୂଲ୍ୟର ପ୍ରଭାବଶାଳୀ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବ ।’’


Share It

Comments are closed.