ଭୋଲଟାସ୍ ପକ୍ଷରୁ କେନ୍ଦ୍ରାପଡ଼ାରେ ପ୍ରଥମ ବ୍ରାଣ୍ଡ୍ ଷ୍ଟୋର୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଏକ ନମ୍ବର ଏସି କଂପାନି ଭୋଲଟାସ୍ ଲିମିଟେଡ୍ ପକ୍ଷରୁ କେନ୍ଦ୍ରାପଡ଼ାରେ ଏକ ନୂଆ ବ୍ରାଣ୍ଡ୍ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ବ୍ରାଣ୍ଡ୍ ଷ୍ଟୋର୍ କେନ୍ଦ୍ରାପଡ଼ାରେ ପ୍ରଥମ ଏବଂ ଓଡ଼ିଶାର ୧୬ତମ ସ୍ୱତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍ । ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିଲା ଲାଗି ଏହି ଷ୍ଟୋର୍‌ରେ ଉତ୍ପାଦଗୁଡ଼ିକୁ ଉନ୍ନତ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । କଂପାନି ସାରା ଦେଶରେ ଦ୍ରୁତ ଗତିରେ ଏହାର ବ୍ରାଣ୍ଡ୍ ଷ୍ଟୋର୍‌ର ସମ୍ପ୍ରସାରଣ କରୁଛି ।
କେନ୍ଦ୍ରାପଡ଼ାର କଟକ ଚାନ୍ଦବାଲି ରାସ୍ତାର ଗରାପୁରଠାରେ ଏହି ବ୍ରାଣ୍ଡ୍ ଷ୍ଟୋର୍ ରହିଛି ଯାହା ଏହି ଅଂଚଳର ଜଣାଶୁଣା କଂଜ୍ୟୁମର ଡ୍ୟୁରେବଲ୍ ବିତରକ ଅଭିରାମ ଡିଷ୍ଟ୍ରିବ୍ୟୁଟର୍ସ ଦ୍ୱାରା ପରିଚାଳିତ ହେବ । ଏହି ଷ୍ଟୋର୍‌ରେ ଭୋଲଟାସ୍ ଓ ଭୋଲ୍‌ଟାସ୍ ବେକୋର ବିଭିନ୍ନ ଉତ୍ପାଦ ଯଥା ଏସି, ଏୟାର ପ୍ୟୁରିଫାୟର, ଏୟାର କୁଲର, କମର୍ସିଆଲ ରେଫ୍ରିଜରେଟର, ୱାଟର ଡିସ୍‌ପେନ୍‌ସର, ୱାଟର କୁଲର, ରେଫ୍ରିଜରେଟର, ୱାସିଂ ମେସିନ, ମାଇକ୍ରୋୱେଭ୍ ଓ ଡିସ୍‌ୱାସର ଆଦି ରହିବ ।
ଏହି ଅବସରରେ ଭୋଲଟାସ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ପ୍ରଦୀପ ବକ୍ସି କହିଛନ୍ତି ଯେ, “ଓଡ଼ିଶାର କେନ୍ଦ୍ରାପଡ଼ାରେ ଆମର ନୂଆ ଭୋଲଟାସ୍ ବ୍ରାଣ୍ଡ୍ ସପ୍‌ର ଶୁଭାରମ୍ଭ ସହିତ ଆମ ବ୍ରାଣ୍ଡ୍‌ରେ ଆଉ ଏକ ସ୍ଥାନ ଯୋଡ଼ିଥିବାରୁ ଆମେ ରୋମାଂଚିତ । ଅଭିବୃଦ୍ଧି, ଗୁଣାତ୍ମକ ମାନ ଓ ଉତ୍କର୍ଷ ପ୍ରତି ଆମ ପ୍ରତିବଦ୍ଧତା ଅତୁଟ । ଏହି ବ୍ରାଣ୍ଡ୍ ଷ୍ଟୋର୍‌ର ଶୁଭାରମ୍ଭ ସହିତ ସେହି ପ୍ରତିଶ୍ରୁତିକୁ ପୂରଣ କରିବା ଏବଂ ଆମ ଗ୍ରାହକମାନଙ୍କୁ ଉତ୍କଷ୍ଟ ସ୍ପର୍ଶ ସହ ଅନୁଭବର ଅନୁଭୂତି ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ଭୋଲଟାସ୍ ୨୦୨୩ ଆର୍‌ଏସି ଉତ୍ପାଦ ବର୍ଗମାଳାରେ ରହିଛି ମୋଟ ୬୪ ନୂଆ ଏସ୍‌କେୟୁ ସହିତ ଇନଭର୍ଟର ଏସିରେ ୫୦ ଏସ୍‌କେୟୁ, ସ୍ପ୍ଲିଟ୍ ଇନଭର୍ଟର ଏସିରେ ୪୨, ୮ ୱିଣ୍ଡୋ ଇନଭର୍ଟର ଏସି ସହିତ କ୍ୟାସେଟ ଓ ଟାୱାର ଏସି ରହିଛି ।
କନଭର୍ଟିବଲ୍ ଫ୍ରିଜର, ଫ୍ରିଜର ଅନ ହ୍ୱିଲ୍ ଏବଂ କର୍ଭଡ୍ ଗ୍ଲାସ୍ ଫ୍ରିଜର ସମେତ କମର୍ସିଆଲ ରେଫ୍ରିଜରେଟର ବର୍ଗରେ କଂପାନିର ୬୦ ଏସ୍‌କେୟୁ ରହିଛି । ନିକଟରେ କଂପାନି ନୂଆ ଏୟାର ପ୍ୟୁରିଫାୟର ବର୍ଗମାଳାକୁ ଉନ୍ମୋଚନ କରିଛି ।
ହୋମ୍ ଆପ୍ଲାଏନ୍‌ସେସ୍ ଯୌଥ ଉଦ୍ୟୋଗ ଭୋଲଟାସ୍ ବେକୋ ଜରିଆରେ କଂପାନି ନୂଆ ଉତ୍ପାଦ ଉନ୍ମୋଚନ କରି ଏହାର ୨୦୨୩ ପୋର୍ଟଫୋଲିଓକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ଭୋଲଟାସ୍ ବେକୋ ପକ୍ଷରୁ ନୂଆ ଫ୍ରଷ୍ଟ୍ ଫ୍ରି ରେଫ୍ରିଜରେଟର, ଟପ୍ ଲୋଡ୍ ୱାସିଂ ମେସିନ୍ ଆଦିକୁ ଉନ୍ମୋଚନ କରଯାଇଛି । ଏସି କମ୍ପ୍ରେସର ଓ ରେଫ୍ରିଜରେଟର ମୋଟର ଉପରେ ଏହା ୧୨ ବର୍ଷର ୱାରେଂଟି ପ୍ରଦାନ କରୁଛି । ନୂଆ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଉନ୍ନତ ସୁବିଧା ସୁଯୋଗ ସହ ସ୍ୱଦେଶୀ ଭାବେ ସେଗୁଡ଼ିକୁ ବିକାଶ କରାଯାଇଛି ।


Share It

Comments are closed.