ଭୁବନେଶ୍ୱର ସହରରେ ନୂଆ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍‌ର ଉଦ୍‌ଘାଟନ କରିଛି ଫକ୍ସୱାଗନ୍ ଇଣ୍ଡିଆ


ଭୁବନେଶ୍ୱର, ମୁମ୍ବାଇ : ଫକ୍ସୱାଗନ୍ ପାସେଞ୍ଜର କାର୍‌ସ ଇଣ୍ଡିଆ ଭୁବନେଶ୍ୱରରେ ଏକ ନୂଆ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍‌ର ଉଦ୍‌ଘାଟନ କରିଛି । ଓଏସ୍‌ଏଲ ଗ୍ରୁପ୍‌ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ତତ୍ୱାବଧାନରେ ଏହାର ସେଲ୍‌ସ ଟଚ୍‌ପଏଂଟ୍ ପାହାଳରେ ଏବଂ ସର୍ଭିସ୍ ଟଚ୍‌ପଏଂଟ୍ ଭାନପୁରରେ ଅବସ୍ଥିତ ରହିଛି । ଫକ୍ସୱାଗନ୍ ଭୁବନେଶ୍ୱରର ଶୁଭାରମ୍ଭ ସହିତ ଏହାର ନେଟ୍‌ୱର୍କ ଶକ୍ତି ଭାରତର ୧୧୯ଟି ସହରରେ ୧୫୯ଟି ସେଲ୍‌ସ ଓ ୧୨୬ଟି ସର୍ଭିସ୍ ଟଚ୍‌ପଏଂଟ୍‌କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ଫକ୍ସୱାଗନ୍ ସେଲ୍‌ସ ଓ ସର୍ଭିର୍ସ୍ ଟଚ୍‌ପଏଂଟ୍‌ର ଶୁଭାରମ୍ଭ ସହିତ ଏହି ବ୍ରାଣ୍ଡ ଆକାଂକ୍ଷୀ ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ଜର୍ମାନ୍‌-ନିର୍ମିତ ଉତ୍ପାଦ ଓ ସେବାଗୁଡିକୁ ଉପସ୍ଥାପନ କରୁଛି । ଶୋ’ରୁମ୍‌ରେ ୬-କାର୍ ଡିସ୍‌ପ୍ଲେ ଅଂଚଳରେ ଫକ୍ସୱାଗନ୍‌ର ଭାରତର ସବୁଠାରୁ ସୁରକ୍ଷିତ ଏସ୍‌ୟୁଭିଡବ୍ଲ୍ୟୁ-ଟାଇଗୁନ୍‌, ଆକର୍ଷଣୀୟ ଭର୍ଚ୍ୟୁସ୍ ଓ ଗ୍ଲୋବାଲ ବେଷ୍ଟ୍‌-ସେଲର୍ ଟିଗୁଆନ୍‌କୁ ପ୍ରଦର୍ଶିତ କରାଯିବ । ଏହି ୨ଏସ୍ ଫ୍ୟାସିଲିଟି ଏହାର ବିସ୍ତୃତ ୧୯-ବେ’ ୱର୍କସପ୍ ମାଧ୍ୟମରେ ଏକାଧିକ ବିକ୍ରି ପରବର୍ତୀ ସେବା ପ୍ରଦାନ କରୁଛି ଯାହାକକୁ ଦକ୍ଷ ଓ ପ୍ରଶିକ୍ଷିତ ଟେକ୍ନିସିଆନ୍‌ମାନେ ପରିଚାଳନା କରୁଛନ୍ତି ।

ଫକ୍ସୱାଗନ୍ ଭୁବନେଶ୍ୱରର ଉଦ୍ଘାଟନ ଉପରେ ମତ ରଖି ଫକ୍ସୱାଗନ୍ ପାସେଞ୍ଜର କାର୍‌ସ ଇଣ୍ଡିଆର ବ୍ରାଣ୍ଡ ଡାଇରେକ୍ଟର ଆଶିଶ ଗୁପ୍ତା କହିଛନ୍ତି, ‘ଆମେ ଓଡିଶାର ଭୁବନେଶ୍ୱରରେ ଏକ ନୂଆ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍‌ର ଶୁଭାରମ୍ଭ କରି ଆନନ୍ଦିତ । ଏହି ଉଦ୍‌ଘାଟନ ସହିତ ଆମେ ଆମର ଯୁବ ଜର୍ମାନ ନିର୍ମିତ ପ୍ରଡକ୍ଟ ପୋର୍ଟଫୋଲିଓର ଶୁଭାରମ୍ଭ କରିଛୁ, ଯାହା ଆମର ଆକାଂକ୍ଷୀ ଗ୍ରାହକଙ୍କୁ ଏକ ସୁରକ୍ଷିତ, ଚଳାଇବା ପାଇଁ ମଜାଦାର ଓ ଶକ୍ତିଶାଳୀ ଯାତାୟତ ସମାଧାନଗୁଡିକ ମଧ୍ୟରୁ ଚୟନ କରିବା ପାଇଁ ସକ୍ଷମ କରୁଛି । ଏହି ଟଚ୍‌ପଏଂଟ୍ ସହିତ ଆମେ ବିଶ୍ୱସ୍ତରୀୟ ଜର୍ମାନ-ନିର୍ମିତ ଉତ୍ପାଦ ଓ ସେବା ଏବଂ ଏହି ଅଂଚଳରେ ଆମର ଗ୍ରାହକଙ୍କୁ ଏକ ଚମତ୍କାର ଅନୁଭୂତି ପ୍ରଦାନ କରିବା ଦିଗରେ ପ୍ରତିବଦ୍ଧ ରହିଛୁ ।’

ନୂଆ ଡିଲରସିପ୍‌ର ଉଦ୍‌ଘାଟନ ଅବସରରେ ଓଏସ୍‌ଏଲ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଓ ଫକ୍ସୱାଗନ୍ ଭୁବନେଶ୍ୱରର ଡିଲର ପାର୍ଟନର୍ ଚର୍ଚ୍ଚିତ ମିଶ୍ର କହିଛନ୍ତି, ‘ଆମେ ଓଡିଶାରେ ଫକ୍ସୱାଗନ ଇଣ୍ଡିଆ ସହିତ ସହଭାଗିତା କରି ଅତ୍ୟଧିକ ଖୁସି ଅନୁଭବ କରୁଛୁ । ଏହି ନୂଆ ଟଚ୍‌ପଏଂଟ୍‌ର ଉଦ୍‌ଘାଟନ ସହିତ ଆମେ ଭୁବନେଶ୍ୱରରେ ବିଶ୍ୱବ୍ୟାପୀ ଲୋକପ୍ରିୟ ଫକ୍ସୱାଗନ୍ ଉତ୍ପାଦ ଓ ଗ୍ରାହକ ଅନୁଭୂତି ପ୍ରଦାନ କରି ବ୍ରାଣ୍ଡକୁ ଅଧିକ ପହଂଚଯୋଗ୍ୟ କରିବାକୁ ଲକ୍ଷ୍ୟ ରଖିଛୁ ।’

 


Share It

Comments are closed.