ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ପକ୍ଷରୁ ତିନି ବିଶ୍ୱସ୍ତରୀୟ ନେଟ୍ୱର୍କ ସହଯୋଗୀଙ୍କ ସହ ୩.୬ ବିଲିୟନ୍ ଡଲାରର ଡିଲ୍
ଭୁବନେଶ୍ୱର: ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ପକ୍ଷରୁ ତିନି ବିଶ୍ୱସ୍ତରୀୟ ସହଯୋଗୀ ନୋକିଆ, ଏରିକ୍ସନ ଓ ସାମସଙ୍ଗ ସହିତ ତିନି ବର୍ଷ ପାଇଁ ୩.୬ ବିଲିୟନ ଡଲାର (୩୦,୦୦୦ କୋଟି ଟଙ୍କା)ର ଡିଲ୍ କରାଯାଇଛି। କମ୍ପାନିର ୬.୬ ବିଲିୟନ ଡଲାର (୫୫୦୦୦ କୋଟି ଟଙ୍କା)ର ତିନିବର୍ଷିଆ ପୁଞ୍ଜି ବ୍ୟୟ ଯୋଜନା ଶୁଭାରମ୍ଭ ଦିନରେ ଏହି ଡିଲ୍ ହେଉଛି ପ୍ରଥମ ପଦକ୍ଷେପ। କମ୍ପାନିର ୪ଜି ସେବାକୁ ୧.୦୩ ବିଲିୟନ ଜନସଂଖ୍ୟାରୁ ୧.୨ ବିଲିୟନରେ ପହଂଚାଇବା ଏବଂ ପ୍ରମୁଖ ବଜାରରେ ୫ଜି ସେବା ଆରମ୍ଭ କରିବା ଏବଂ ଡାଟା ଅଭିବୃଦ୍ଧି ପାଇଁ କ୍ଷମତା ସମ୍ପ୍ରସାରଣ କରିବାରେ ବ୍ୟବହାର କରାଯିବ। କଂପାନି ପକ୍ଷରୁ ନୋକିଆ ଓ ଏରିକ୍ସନ ସହିତ ଦୀର୍ଘକାଳୀନ ସହଯୋଗୀତାକୁ ବଜାୟ ରଖାଯାଇଥିବା ବେଳେ ସାମସଙ୍ଗକୁ ନୂତନ ସହଯୋଗୀ ଭାବେ ସାମିଲ କରାଯାଇଛି।
ଏହି ଚୁକ୍ତି ଜରିଆରେ କମ୍ପାନି ଅତ୍ୟାଧୁନିକ ଉପକରଣକୁ ଶୀଘ୍ର ଉପଯୋଗ କରି ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିପାରିବ। ଏଥିସହିତ ଗତ ଦୁଇ ବର୍ଷରେ ଆମ ସହଯୋଗୀମାନେ ଭାରତୀୟ ବଜାର ଉପରେ ହାସଲ କରିିଥିବା ଅଭିଜ୍ଞତା ଆମକୁ ଅଧିକ ନମନୀୟତା ସେବା ଶୁଭାରମ୍ଭ କରିବାରେ ସହାୟକ ହେବ ଯାହା ସେବା ସହିତ ଅତ୍ୟାଧୁନିକ ପ୍ରଯୁକ୍ତି (୪ଜି ଓ ୫ଜି)କୁ ଯୋଡ଼ିପାରିବ। ଏହି ନୂତନ ଉପକରଣ ଦ୍ୱାରା ଶକ୍ତି ଦକ୍ଷତା ବୃଦ୍ଧି ପାଇବ ଓ ପରିଚାଳନା ଖର୍ଚ୍ଚ କମ୍ ହେବ। ଚଳିତ ତ୍ରୈମାସିକରୁ ଏହି ଚୁକ୍ତି ଆରମ୍ଭ ହେବ। ୧.୨ ବିଲିୟନ ଭାରତୀୟଙ୍କ ନିକଟରେ ୪ଜି ପହଂଚାଇବାକୁ କମ୍ପାନି ପ୍ରାଥମିକତା ଦେବ।
ନିକଟରେ ୨୪୦ ବିଲିୟନ ଟଙ୍କାର ଇକ୍ୱିଟି ପାଣ୍ଠି ହାସଲ କରିବା ଏବଂ ୨୦୨୪ ଜୁନ୍ରେ ୩୫ ବିଲିୟନ ଡଲାରର ସ୍ପେକ୍ଟ୍ରମ୍ ହାସଲ କରିବା ପରେ କମ୍ପାନି ଶୀଘ୍ର ପୁଞ୍ଜି ବ୍ୟୟ ଯୋଜନାକୁ ଲାଗୁ କରିବା ସହ ଦୀର୍ଘକାଳୀନ ଚୁକ୍ତି କାର୍ଯ୍ୟକାରୀ କରିବା ଉପରେ କାମ କରିଛି। ଏହା ଫଳରେ ଦକ୍ଷତାରେ ୧୫% ବୃଦ୍ଧି ଘଟିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଆଉ ୧୬ ନିୟୁତ ଲୋକଙ୍କ ପାଖରେ ସେବା ପହଂଚିବା ଆଶା କରାଯାଉଛି।
ଭୋଡାଫୋନ୍ ଆଇଡିଆ ଲିମିଟେଡ୍ର ସିଇଓ ଅକ୍ଷୟ ମୋନ୍ଦ୍ରା କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ସେବା ପ୍ରଦାନ କରିବା ଲାଗି ଉଦୀୟମାନ ନେଟ୍ୱର୍କ ପ୍ରଯୁକ୍ତିରେ ନିବେଶ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଆମେ ନିବେଶ ଚକ୍ରର ଶୁଭାରମ୍ଭ କରିଥିବା ବେଳେ ଆମେ ଭିଆଇଏଲ୍ ୨.୦ ଯାତ୍ରା ପଥରେ ରହିଛୁ ଏବଂ ଏହିଠାରୁ ଭିଆଇଏଲ୍ର ଦ୍ରୁତ ପ୍ରତ୍ୟାବର୍ତନ ହୋଇ ଶିଳ୍ପର ଅଭିବୃଦ୍ଧି ସୁଯୋଗରେ ଅଂଶଗ୍ରହଣ କରିବ। ଆମର ଶୁଭାରମ୍ଭ ପରଠାରୁ ନୋକିଆ ଓ ଏରିକ୍ସନ ଆମ ସହଯୋଗୀ ହୋଇ ରହିଥିବା ବେଳେ ସେହି ସହଯୋଗିତାକୁ ଜାରି ରଖିବାରେ ଏହା ଆଉ ଏକ ମାଇଲଖୁଂଟ। ସାମସଙ୍ଗ ସହିତ ଆମ ସହଯୋଗିତା ଆରମ୍ଭ କରୁଥିବାରୁ ଆମେ ବେଶ୍ ଆନନ୍ଦିତ। ଆମେ ୫ଜି ଯୁଗ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆମ ସମସ୍ତ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ କରିବାକୁ ଚାହିରହିଛୁ।’’
ଦୀର୍ଘକାଳୀନ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ନୂଆ ଓ ପୁରୁଣା ଋଣ ପ୍ରଦାନକାରୀଙ୍କଠାରୁ ୨୫୦ ବିଲିୟନ ଟଙ୍କାର ପାଣ୍ଠି ଓ ୧୦୦ ବିଲିୟନ ଟଙ୍କାର ଅଣ ପାଣ୍ଠି ଯୋଗାଡ଼ କରିବା ଲାଗି କଥାବାର୍ତା କରୁଛି। ତୃତୀୟ ପକ୍ଷ ଜରିଆରେ କମ୍ପାନିର ବୈଷୟିକ ଅର୍ଥନୈତିକ ଅନୁଶୀଳନ କରାଯାଇଛି। ସେହି ରିପୋର୍ଟକୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ନିକଟରେ ଦାଖଲ କରାଯାଇଛି। ସେହି ରିପୋର୍ଟ ଆଧାରରେ ଅନୁମୋଦନ ପ୍ରକ୍ର୍ରିୟା ଆଗକୁ ବଢ଼ିବ।
Comments are closed.