ଶୁଭାରମ୍ଭ ହେଲା ଭିଭୋ V9 ୟୁଥ


ଭିଭୋ ପକ୍ଷରୁ ଏହାର ଭି ସୃଙ୍ଖଳର ନୂତନ ସ୍ମାର୍ଟଫୋନ ଭି୯ ୟୁଥର ଶୁଭାରମ୍ଭ କରାଯାଇଛି । କମ୍ପାନୀ ଭି ୯ ସ୍ମାର୍ଟଫୋନର ବଢୁଥିବା ଚାହିଦକୁ ଦୃଷ୍ଟିରେ ରଖି ଏହାର ନୂଆ ଭ୍ୟାରିଏଣ୍ଟ ଭିଭୋ ଭି୯ ୟୁଥର ଶୁଭାରମ୍ଭ କରାଇବା ସହ ଏହାର ଭି ସୃଙ୍ଖଳ।ରେ ମଧ୍ୟ ସଂପ୍ରାସରଣ କରାଇଛି । ଏହି ସ୍ମାର୍ଟଫୋନଟିରେ ୬.୩ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ସହ ୧୯:୯ର ଆସପେକ୍ଟ ରେସିଓ ଏବଂ ଫୋନଟିର ଉପର ଭାବରେ ୨.ଡିର କର୍ଭଡ ଗ୍ଲାସ ରହିଛି ।
ଏହି ସ୍ମାର୍ଟଫୋନଟିରେ କ୍ୱାଲାକମ ସ୍ନାପଡ୍ରାଗନ ୪୫୦ ପ୍ରୋସେସର ରହିବା ସହ ୪ଜିବି ରାମ ଏବଂ ୩୨ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକ ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇାପାରିବ । ସ୍ମାର୍ଟଫୋନଟିର ପଛ ଭାଗରେ ୧୬ ଏମପି ଏବଂ ୨ ଏମପିର କ୍ୟାମେରା ସେଟଅଫ ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ ୧୬ ଏମପିର କ୍ୟାମେରା ରହିଛି ।
ଏହାର ଉଭୟ ପାଶ୍ୱର୍ରେ ଏଲଇଡି ଫ୍ଲାସ ରହିବ ସହ ଆଣ୍ଡ୍ରଏଡ ୮.୧ ଓରିଓ ଅପେରେଟିଙ୍ଗ ସିଷ୍ଟମ ରହିଛି । ସଂଯୋଗକରଣ ବୈଶିଷ୍ଟ୍ୟତା ଦୃଷ୍ଟିରୁ ଏଥିରେ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ୪.୨, ଜିପିଏସ, ୩.୫ ଏମଏମ ଅଡିଓ ଜ୍ୟାକ, ଏବଂ ମାଇକ୍ରୋ-ୟୁଏସବି ୨.୦ ପୋର୍ଟ ରହିଛି ।
ବ୍ଲାକ, ଗୋଲ୍ଡ ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନଟିରେ ୩୨୬୦ ଏମଏଏଚର ନନରିମୁଭାଲ ବ୍ୟାଟେରୀ ରିହଥିବା ବେଳେ ଏହାର ମୂଲ୍ୟ ରହିଛି ୧୮,୯୯୦ ଟଙ୍କା । ଏହି ସ୍ମାର୍ଟଫୋନଟି ୨୦ ଏପ୍ରେଲରୁ ସମସ୍ତ ଅଫଲାଇନ ଷ୍ଟୋରମାନଙ୍କରେ ରହିଥିବାବେଳେ ୨୪ ଏପ୍ରେଲରୁ ଭିଭୋ ଇ-ଷ୍ଟୋର, ଫ୍ଲିପକାର୍ଟ.କମ, ଆମାଜନ.କମ ଏବଂ ପେଟିଏମମଲ ଭଳି ଅନସାଇଟରେ ଉପଲବ୍ଧ ରହିବ ।


Share It

Comments are closed.