ଭାରତୀୟ ବଜାରରେ ପ୍ରବେଶ କଲା ଭିଭୋର ନୂଆ ଭି ୯


ଭାରତରେ ଶୁକ୍ରବାର ଦିନ ଭିଭୋ ଭି ୯ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଏହା ଥାଇଲାଣ୍ଡ ଏବଂ ଫିଲିଫାଇନ୍ସରେ ଶୁଭାରମ୍ଭ କରାଯାଇଥିଲା । ଏହି ସ୍ମାର୍ଟଫୋନଟିର ବିକ୍ରି ୨୩ ମାର୍ଚ୍ଚ ଅପରାହ୍ନ ୩ରୁ ଆମାଜନ ଏବଂ ଫ୍ଲିପକାର୍ଟରେ ଆରମ୍ଭ ହେବ । ଏପ୍ରିଲ ୨ ଠାରୁ ଏହାର ବିକ୍ରି ଅଫଲାଇନ ଷ୍ଟୋରରେ ଆରମ୍ଭ ହେବ ।

ଆଇଫୋନ ଏକ୍ସର ବୈଶିଷ୍ଟ୍ୟ ସହିତ ପ୍ରସ୍ତୁତ ଏହି ଭିଭୋ ଭି ୯ରେ ୨୪-ମେଗାପିକ୍ସେଲ ସାମନା କ୍ୟାମେରା ରହିଥିବା ବେଳେ ଅନ୍ୟାନ୍ୟ ସେନସର ଥିବା ସହ ପଛ ଭାଗରେ ୧୨-ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ମଧ୍ୟ ରହିଛି । ଭିଭୋ-ଭି୯ର ମୂଲ୍ୟ ଟ.୨୨,୯୯୦ ରହିଛି । ଏହି ସ୍ମାର୍ଟଫୋନଟି ଅକ୍ଟା-କୋର ସ୍ନାପ ଡ୍ରାଗନ ୬୨୬ ପ୍ରୋସେସର ରହିଥିବା ବେଳେ ୪ଜିବି ରାମ ଏବଂ ୬୪ ଜିବରି ଆଭ୍ୟନ୍ତରୀଣ ଷ୍ଟୋରେଜ ବ୍ୟବସ୍ଥା ଉପଲବ୍ଧ । । ଭିଭୋ ସ୍ମାର୍ଟଫୋନ ଡୁଆଲ କ୍ୟାମେରା, ୬.୩ ଇଞ୍ଚର ୧୯ : ୯ ଡିସପ୍ଲେ ସହିତ ଆଣ୍ଡ୍ରଏଡ ୮.୧ ଓରିଓ ବୈଶିଷ୍ଟ୍ୟ ସହିତ ପ୍ରସ୍ତୁତ । ଏହା ବ୍ୟାଟେରୀ ଦକ୍ଷତା ୩୨୬୦ ଏମଏଏଚ ବ୍ୟାଟେରୀ ରହିଥିବା ଏହି ସ୍ମାର୍ଟଫୋନଟି ୩ଟି ରଙ୍ଗ ଯେପରିକି କ୍ୟାମ୍ପେନ ଗୋଲ୍ଡ, ପ୍ରିୟଲ ବ୍ଲାକ ଏବଂ ସଫାରି ବ୍ଲୁ ରଙ୍ଗରେ ଉପଲବ୍ଧବେଳେ


Share It

Comments are closed.