ଭାରତରେ ଭିଭୋ ଭି୯ର ବିକ୍ରି ଆରମ୍ଭ


ଏପ୍ରେଲ ୨ରୁ ଭାରତରେ ଅଫଲାଇନ ଷ୍ଟୋରମାନଙ୍କର ଭିଭୋ ଭି୯ ବିକ୍ରି ଆରମ୍ଭ ହୋଇଯାଇଥିବା ବେଳେ ଏପ୍ରେଲ ୫ରୁ ଆମାଜନ, ଫ୍ଲିପକାର୍ଟ, ପେଟିଏମ, ଏବଂ ଭିଭୋ ଇ-ଷ୍ଟୋରମାନଙ୍କରେ ଉପଲବ୍ଧ ହେବ ।
ଏହାର ମୂଲ୍ୟ ୨୨,୯୯୦ ରହିଥିବା ବେଳେ ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଆଭ୍ୟନ୍ତରୀଣ ମେମୋରୀ ରହିଛି । ଯେଉଁମାନେ ଭିଭୋ ଭି୯ ପାଇଁ ପ୍ରି-ବୁକ କରିଥିବେ ସେମାନେ ୱାନ-ଟାଇମ ସ୍କ୍ରିନ ରିପ୍ଲେସମେଣ୍ଟ ୱାରେଣ୍ଟି, ୨୦୦୦ ଟଙ୍କାର ଅତିରିକ୍ତ ରିହାତି ଏବଂ ବିନା ମୂଲ୍ୟର ସରଳ କିସ୍ତି ପାଇପାରିବେ । ‘ଭିଭୋଭି୯’ କୋଡକୁ ବ୍ୟବହାର କରି ପେଟିଏମ ପକ୍ଷରୁ ୨,୨୯୯ ଟଙ୍କାର କ୍ୟାସବ୍ୟାକ ମିଳୁଥିବା ବେଳେ ଆମାଜନ ପେ ବାଲାନ୍ସ ଆକାରରେ ୫ ପ୍ରତିଶତର କ୍ୟାସବ୍ୟାକ ପ୍ରଦାନ କରୁଛି । ଏହି ଭି୯ଟିରେ କ୍ୱାଲକମ ସ୍ନାପଡ୍ରାଗନ ୬୨୬ ଏସଓସି ସହ ଡିଡିଆର୩ ରାମର ୪ ଜିବି ରହିଛି । ଏହାର ପଛ ଭାଗରେ ୧୬ ମେଗାଫିକ୍ସେଲ ପ୍ରାଇମେରି ଏବଂ ୫ ମେଗାପିକ୍ସେଲର ସେକେଣ୍ଡାରି ମେମୋରି ରହିଥିବା ବେଳେ ସାମନା ଭାଗରେ ୨୪ ମେଗାପିକ୍ସେଲର କ୍ୟାମେରା ରହିଛି ।ଏଥିରେ ୬୪ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ମାଇକ୍ରୋଏସଡ କାର୍ଡ ସ୍ଲଟ(୨୫୬ଜିବି)ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଏହି ସ୍ମାର୍ଟଫୋନଟି ସ୍ୟାମ୍ପେନ ଗୋଲ୍ଡ, ପର୍ଲ ବ୍ଲାକ ଏବଂ ସାଫିର ବ୍ଲୁ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ୧୫୦ ଗ୍ରାମ ବିଶିଷ୍ଟ ଏହି ସ୍ମାର୍ଟଫୋନରେ ୩୨୬୦ ଏମଏଏଚର ବ୍ୟାଟେରୀ ରହିଛି ।


Share It

Comments are closed.