ଭାରତୀୟରେ ପ୍ରବେଶ କଲା Vivo V9 6GB RAM


ଭିଭୋ ପକ୍ଷରୁ ଏହାର ଭି ୯ ସ୍ମାର୍ଟଫୋନର ନୂତନ ଭ୍ୟାରିଏଣ୍ଟର ଶୁଭାରମ୍ଭ କରାଯାଇଛି । ଭିଭୋ ଭି୯ର ନୂତନ ଭ୍ୟାରିଏଣ୍ଟଟି ଏହାର ଷ୍ଟାଣ୍ଡରଡ ଭ୍ୟାରିଏଣ୍ଟ ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ସ୍ମାର୍ଟଫୋନଟିର ହୁଡ ତଳେ ମାତ୍ର ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହାର ନୂତନ ୬ଜିବି ଭ୍ୟାରିଏଣ୍ଟରେ କ୍ୱାଲକମ ସ୍ନାପଡ୍ରାଗନ ୬୬୦ ଚିପେଷ୍ଟ ରହିଥିବାବେଳେ ଏହା ଷ୍ଟାଣ୍ଡରଡ ଭ୍ୟାରିଏଣ୍ଟରେ ସ୍ନାପଡ୍ରାଗନ ୬୨୬ ଚିପେଷ୍ଟ ରହିଛି ।
ଏହାର ଷ୍ଟାଣ୍ଡରଡ ଭ୍ୟାରିଏଣ୍ଟର ପଛ ଭାଗରେ ୧୬ ଏମପି +୫ ଏମପିର କ୍ୟାମେରା ସେନସର ରହିଥିବାବେଳେ ସାମନା ଭାଗରେ ୨୪ ଏମପିର କ୍ୟାମେରା ରହିଛି । ଯେବେକି ଏହାର ନୂତନ ଭ୍ୟାରିଏଣ୍ଟର ପଛ ଭାଗରେ ୧୩ ଏମପି+୨ଏମପି କ୍ୟାମେରା ରହିଥିବାବେଳେ ସାମନା ଭାଗରେ ୧୨ ଏମପିର କ୍ୟାମେରା ରହିଛି ।
ସ୍ମାର୍ଟଫୋନଟିରେ ୬.୩ ଇିଞ୍ଚର ଫୁଲ-ଏଚଡି ଡିସପ୍ଲେ ରହିଛି । ଏହା ସହ ଏଥିରେ ଆଣ୍ଡ୍ରଏଡ ୮.୧ ଓରିଓ ଏବଂ ଫନ ଟଚ ଓଏସ ୪.୦ ରହିଛି । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୬୬୦ ପ୍ରୋସେସର ରହିଥିବା ବେଳେ ୬ଜିବିର ରାମ ଏବଂ ୬୪ ଜିବିର ଇନବିଲ୍ଟ ଷ୍ଟୋରେଜ ରହିଛି, ଯାହାକି ଆବଶ୍ୟକ ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ସ୍ଲଟ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ ।
ଫୋନଟିରେ ୩୨୬୦ର ଏମଏଏଟ ବ୍ୟାଟେରୀ ରହିଥିବାବେଳେ ଏହା ବ୍ଲାକ ଏବଂ ରେଡ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ରହିଛି ।


Share It

Comments are closed.