ଭିଭୋ ପକ୍ଷରୁ Y83 ସ୍ମାର୍ଟଫୋନ୍ର ବଜାର ପ୍ରବେଶ


ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ୱାଇ ସିରିଜ୍ ଅନ୍ତର୍ଗତ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୱାଇ-୮୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏହା ୨୦୧୮ ଜୁନ୍ ୧ ତାରିଖାଂରୁ ସମସ୍ତ ଅଫ୍ଲାଇନ୍ ଷ୍ଟୋର୍, ଫ୍ଲପକାର୍ଟ ଡଟ୍ କମ୍, ଆମାଜନ ଡଟ୍ ଇନ୍ ଏବଂ ଶପ୍ ଡଟ୍ ଭିଭୋ ଡଟ୍ କମ୍ରେ ନୋ କଷ୍ଟ ଇଏମ୍ଆଇ ତଥା ଏକ୍ସଚେଞ୍ଜ୍ ଅଫରରେ ଉପଲବ୍ଧ ହେବ । ଏହା ବ୍ଲାକ୍ ଓ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହାର ମୂଲ୍ୟ ୧୪,୯୯୦ଟଙ୍କା ରହିଛି ।

ଏଥିରେ ୧୫.୪୬ସେମି ସ୍କ୍ରିନ୍, ୧୯:୯ ଏଚଡି ପ୍ଲସ୍ ଡିସ୍ପ୍ଲେ, ୧୬:୯ ଆସପେକ୍ଟ ଅନୁପାତ, ୨.୫-ଡି ବ୍ୟାକ୍ କଭର, ୨.୦ ଡିସପ୍ଲେ, ଫିଙ୍ଗର ପ୍ରିଂଟ୍ ଫେସ୍ଆକ୍ସେସ୍, ୧୩ଏମ୍ ପି ପଛ କ୍ୟାମେରା, ୮ ଏମ୍ ପି ସେଲଫି କ୍ୟାମେରା, ୪ଜିବି ରାମ୍, ୩୨ ଜିବି ରମ୍, ୨୫୬ ଜିବି ପର୍ଯ୍ୟନ୍ତ ବାହ୍ୟ ମେମୋରୀ, ମେଡିଆ ଟେକ୍ ହେଲିଓ ପି-୨୨ ଅକ୍ଟାକୋର ପ୍ରୋସେସର୍, ୩୨୬୦ଏମ୍ଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି ।

ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍ଓ ଜେରୋମି ଚେନ୍ କହିଲେ, “ ଭିଭୋ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଉତ୍ପାଦର ବଜାର ପ୍ରବେଶ କରିଥାଏ । ଏହି ନୂତନ ଫୋନ୍ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ୱାଇ-୮୩ ସ୍ମାର୍ଟଫୋନ୍ ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।”

ଏଥିରେ ୧୩ଏମ୍ପି ପଛ କ୍ୟାମେରା ରହିଛି । ସେହିପରି ଏଥିରେ ୮ଏମ୍ପି ସେଲଫି କ୍ୟାମେରା ରହିଛି । ଏଥିରେ ପିଡିଏଏଫ୍ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ଏଆଇ ଫେସ୍ ବିୟୁଟି ଫିଚର ଗ୍ରାହକଙ୍କ ପାଇଁ ବେଶ୍ ଉପଯୋଗୀ ହେବ ।

ଏଥିରେ ଲାଟେଷ୍ଟ ମେଡିଆ ଟେକ୍ ହେଲିଓ ପି-୨୨ ଅକ୍ଟାକୋର ପ୍ରୋସେସର୍,୪ଜିବି ରାମ୍, ୩୨ ଜିବି ରମ୍, ୨୫୬ ଜିବି ପର୍ଯ୍ୟନ୍ତ ବାହ୍ୟ ମେମୋରୀ ସୁବିଧା ରହିଛି ।

ଏଥିରେ ସ୍ପିଲ୍ଟ ସ୍କ୍ରିନ୍ ଫିଚର ରହିଛି । ଏହାର ୧୫.୪୬ ସେମି ସ୍କ୍ରିନ୍ରେ ବହୁବିଧ କାର୍ଯ୍ୟ ଏକା ସାଙ୍ଗେ ସମ୍ପନ୍ନ ହୋଇପାରିବ ।

ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଥିବାବେଳେ ୨୦୧୬ ଏବଂ ୨୦୧୭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରୋତ୍ସାହକ ଥିଲା । ଆଗାମୀ ୫ ବର୍ଷ ଧରି ଏହା ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ । ସେହିପରି ୨୦୧୭ରେ ଏହା ପ୍ରୋ କବାଡିର ୫ ବର୍ଷିଆ ପ୍ରୋତ୍ସାହକ ଅଧିକାର ହାସଲ କରିଛି । ବିଶ୍ୱସ୍ତରରେ ଏହା ୨୦୧୮ ଏବଂ ୨୦୨୨ ଫିଫା ବିଶ୍ୱକପ୍ର ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ ।


Share It

Comments are closed.