ମମତାଙ୍କୁ ଇରାକର ଏକଛତ୍ରବାଦୀ ନେତା ସଦାମ ହୁସେନଙ୍କ ସହ ତୁଳନା କଲେ ବିବେକ


ବଲିଉଡ ଅଭିନେତା ବିବେକ ଓବରାଏ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଶାସନ କରିବାର କାର୍ଯ୍ୟଶୈଳୀକୁ ନେଇ କଟୁ ଭାଷାରେ ସମାଲୋଚନା କରିଛନ୍ତି । ସବୁଠାରୁ ମୁଖ୍ୟ କଥା ଏହା ଯେ, ସେ ମମତାଙ୍କୁ ଇରାକର ପୂର୍ବତ୍ତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ନେତା ସଦାମ ହୁସେନଙ୍କ ସହ ତୁଳନା କରିଛନ୍ତି । ବିବେକ, ମମତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତାଙ୍କ ଶାସନଶୈଳୀ ଇରାକ ପୂର୍ବତ୍ତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ନେତା ସଦାମ ହୁସେନଙ୍କ ସଦୃଶ୍ୟ ।
ପ୍ରକାଶ ଥାଉକି, ଅମିତ ଶାହାଙ୍କ ରୋଡ ସୋ ସମୟରେ ଟିଏମସି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘଟିଥିବା ନିର୍ବାଚନୀ ହିଂସା ପରେ ବିବେକଙ୍କ ଏହି ବୟାନ ଆସିଥିଲା । ପଶ୍ଚିମବଙ୍ଗରେ ଘଟିଥିବା ନିର୍ବାଚନୀ ହିଂସା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ନିଜ ବୟାନରେ ‘ଗଣତନ୍ତ୍ର ବର୍ତ୍ତମାନ ବିପଦରେ ପଡିଛି’ ବୋଲି କହିକି ଏକ ବାର୍ତ୍ତା ସମସ୍ତଙ୍କୁ ଦେଇଥିଲେ । ଏହା ପରେ ବିବେକ, ମମତାଙ୍କ ଏହି ବାର୍ତ୍ତାର ଏକ ସ୍କ୍ରିନସଟକୁ ନିଜ ଟ୍ୱିଟରରେ ସେୟାର କରି ଲେଖିଥିଲେ ଯେ, “ମୁଁ ଜାଣିପାରୁ ନାହିଁ ଦିଦି ଭଳି ଜଣେ ସମ୍ମାନୀତ ମହିଳା କାହିଁକି ସଦମା ହୁସେନ ଭଳି ବ୍ୟବହାର କରୁଛନ୍ତି !”


Share It

Comments are closed.