ଭାରତରେ ରହିଛି ଏପରି କିଛି ସ୍ଥାନ, ଯେଉଁଠିକୁ ଯିବାକୁ ହେଲେ ଦରକାର ପଡ଼ିଥାଏ ଭିଜା


୨୭ ସେପ୍ଟେମ୍ବର ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ସମ୍ପୁର୍ଣ୍ଣ ବିଶ୍ୱରେ ପର୍ଯ୍ୟଟନକୁ ପ୍ରେତ୍ସାହିତ କରିବାକୁଯାଇ ଏହି ଦିବସ ପାଳନ କରାଯାଇଥାଏ । ଆମ୍ଭେମାନେ ସମସ୍ତେ ଜାଣିଛେ ଯେ ଭାରତ ବାହାରେ ଯେକୌଣସି ସ୍ଥାନକୁ ଯିବାକୁହେଲେ ଭିଜାର ଆବଶ୍ୟକ ପଡ଼ିଥାଏ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟହେବେ ଭାରତରେ ମଧ୍ୟ ଏପରି କିଛି ସ୍ଥାନ ରହିଛି ଯେଉଁଠିକୁ ବୁଲିବାକୁଗଲେ ଭିଜା ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭାରତର ସେହିପରି କିଛି ସ୍ଥାନ ବିଷୟରେ ।
ଅରୁଣାଚଳ ପ୍ରଦେଶ :

ପାହାଡ଼ର ଭୂମି କୁହାଯାଉଥିବା ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଉତ୍ତର ପୂର୍ବ ଅଞ୍ଚଳ ଏବଂ ଏହା ପଶ୍ଚିମରେ ଭୁଟ୍ଟାନ, ପୂର୍ବରେ ମିଆଁମାର ଏବଂ ଉତ୍ତରରେ ଚିନ୍ ସହିତ ନିଜର ଅନ୍ତରାଷ୍ଟ୍ରିୟ ସୀମାକୁ ସଂଯୁକ୍ତ କରୁଛି । ଏଠାକୁ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ । ଏହି ପରମିଟ୍ କଲିକତା, ନୂଆ ଦିଲ୍ଲୀ, ସିଲଂ, ଗୁଆହାଟ୍ଟି କିମ୍ବା ଅନଲାଇନ୍ରେ ମଧ୍ୟ କରାଯାଇପାରିବ । ଏଥି ପାଇଁ ଆବଶ୍ୟକୀୟ ଡ଼କୁମେଣ୍ଟ ମଧ୍ୟରେ ପାନ୍ କାର୍ଡ଼, ଭୋଟର ପରିଚୟ ପତ୍ର, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକ ହୋଇଥାଏ ।
ମିଜୋରାମ :


ସେହିପରି ଆଉ ଏକ ସ୍ଥାନ ହେଉଛି ମିଜୋରାମ୍, ଯାହାକି ତାର ସୁନ୍ଦର ପ୍ରାକୃତିକ ପରିବେଶ ଏବଂ ପାଣିପାଗ ପାଇଁ ଅତ୍ୟନ୍ତ ଲୋକପ୍ରିୟ । ଏହି ରାଜ୍ୟ ବାଙ୍ଗଲାଦେଶ ଏବଂ ମିଆଁମାର ସହିତ ନିଜର ନିଜର ଅନ୍ତରାଷ୍ଟ୍ରିୟ ସୀମାକୁ ସଂଯୁକ୍ତ କରୁଛି । ମିଜୋରାମ ଯିବା ପାଇଁ ଇନର ଲାଇନ ପରମିଟ୍ ଆବଶ୍ୟକ ହୋଇଥାଏ, ଯାହାକି କଲିକତା, ସିଲଚର, ନୂଆ ଦିଲ୍ଲୀ, ସିଲଂ, ଗୁଆହାଟ୍ଟିରୁ ମିଳିବାର ସୁବିଧା ରହିଛି । ନାଗାଲାଣ୍ଡ :
ନାଗାଲାଣ୍ଡ, ଯାହାର ସୌନ୍ଦର୍ଯ୍ୟ ଭିତରେ ଲୋକମାନେ ବୁଡ଼ିଯାଇଥାଆନ୍ତି । ନାକାଲାଣ୍ଡ ପୂର୍ବରେ ମିଆଁମାର ସହିତ ନିଜର ଅନ୍ତରାଷ୍ଟ୍ରିୟ ସୀମାକୁ ସଂଯୁକ୍ତ କରୁଛି । ସ୍ଥାନୀୟ ପର୍ଯ୍ୟଟକଙ୍କୁ ନାଗାଲାଣ୍ଡର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଇନର ଲାଇନ ପରମିଟର ଆବଶ୍ୟକତା ରହିଛି । ଏହି ପରମିଟ୍ ଦୀମାପୂର, କୋହିମା, ମୋକୋକଚୁଙ୍ଗ, ନୂଆ ଦିଲ୍ଲୀ, କଲିକତା ଏବଂ ସିଲଂରୁ ପ୍ରାପ୍ତ ହୋଇଥାଏ ।
ଲଦାଖ :


ଲଦାଖ, ଯାହାକି ପ୍ରକୃତିର ଅତୁଳନୀୟ ସୌନ୍ଦର୍ଯ୍ୟରାଶୀରେ ଭରପୂର । ଏଠାକୁ ଭ୍ରମଣରେ ଯିବା ପାଇଁ ପ୍ରାୟ ସମସ୍ତ ଲୋକ ମାନଙ୍କର ଏକ ସ୍ୱପ୍ନ ରହିଥିବା ସହିତ ଏହା ଏକ ଅତି ସମ୍ଭେଦନଶୀଳ ସ୍ଥାନ ମଧ୍ୟ । ଏହାର ସୀମା ପାକିସ୍ତାନ ଏବଂ ଚୀନ୍ ଦୁଇଟି ସ୍ଥାନ ସହିତ ସଂଯୁକ୍ତ । କିନ୍ତୁ ଲଦାଖର ସମସ୍ତ ସ୍ଥାନକୁ ଯିବା ପାଇଁ ଅନୁମତି ନଥାଏ । ଯେପରିକି ହନୁ ବିଲେଜ, ମେନ୍, ମରକ, ନ୍ୟୋମା, ଲେମା ବେଡ଼ ପ୍ରଭୁତି କେତେକ ସ୍ଥାନକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଇନର ଲାଇନ ପରମିଟ୍ ନେବାକୁ ପଡ଼ିଥାଏ । ଏହି ପରମିଟ୍ ଲେହ ସହରର ଡ଼ିସି କାର୍ଯ୍ୟଳୟରୁ ସକାଳ ୯ ରୁ ସଂଧ୍ୟା ୭ ମଧ୍ୟରେ ନେବାକୁ ପଡ଼ିଥାଏ କିନ୍ତୁ ଏଥି ପାଇଁ ଆବେଦନ ଅପରାହ୍ନ ୩ ଭିତରେ ଦାଖଲ କରିବା ଆବଶ୍ୟକ । ଏହିପରି ଦେଖିବାକୁଗଲେ ଭାରତର ଏହିପରି ଅନେକ ସ୍ଥାନ ଯେପରିକି ସିକିମର କିଛି ଅଂଶ ଏବଂ ଲାକ୍ଷାଦୀପ ଭ୍ରମଣ ପାଇଁ ମଧ୍ୟ ଇନଲାଇନ ପରମିଟ ନେବାକୁ ପଡ଼ିଥାଏ ।


Share It

Comments are closed.