ନାଗପୁର ଟେଷ୍ଟ ପୂର୍ବରୁ ହଜିଗଲା ବିରାଟ କୋହଲିଙ୍କ ଫୋନ୍!

Share It

ନାଗପୁର ଟେଷ୍ଟ (Nagpur Test) ପୂର୍ବରୁ ବିରାଟ କୋହଲି (Virat Kohli) ଦୁଃଖୀ ହୋଇପଡିଛନ୍ତି । ବାସ୍ତବରେ, ତାଙ୍କ ଫୋନ୍ ହଜିଯାଇଛି । ଫୋନ୍ ହଜିଯିବା କାରଣରୁ ବିରାଟ କୋହଲି ବହୁ ଦୁଃଖରେ ଅଛନ୍ତି ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଏହି ଦୁଃଖ ଟିମ୍ ଇଣ୍ଡିଆ (Team India) ପାଇଁ ମଧ୍ୟ ଭଲ ନୁହେଁ । କାରଣ, ଏହି ସିରିଜରେ ବିରାଟ ଟିମ୍ ଇଣ୍ଡିଆର ଏକ ବଡ ଅସ୍ତ୍ର । ଏପରି ପରିସ୍ଥିତିରେ ଟେଷ୍ଟ ସିରିଜ (India vs Australia Test series) ଆରମ୍ଭ ହେବା ପୂର୍ବରୁ ସେ ମାନସିକ ସ୍ତରରେ ସତେଜ ଓ ଶକ୍ତିଶାଳୀ ରହିବା ଆବଶ୍ୟକ ।

ବିରାଟ କୋହଲି ତାଙ୍କ ଫୋନ୍ ହଜିଯାଇଥିବା ବିଷୟରେ ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ମାଧ୍ୟ୍ୟମରେ ଦେଇଥିବା ସୂଚନା ଅନୁଯାୟୀ ତାଙ୍କ ଫୋନ୍ ନୂଆ ଥିଲା । ଏପରିକି ବିରାଟ କୋହଲି ଏହି ନୂଆ ଫୋନ ବକ୍ସକୁ ଖୋଲି ମଧ୍ୟ ନଥିଲେ । ଏହା ବୁଝାପଡ଼େ ଯେ ଫୋନ୍ ହଜିବା ଓ ଯଦି ପୁଣି ନୂଆ ଫୋନ ହଜିଯାଏ, ତେବେ ଏହା କେତେ କଷ୍ଟଦାୟକ ହୋଇଥାଏ । ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ସମାନ । ଏଭଳି ପରିସ୍ଥିତିରେ ତାଙ୍କର ଅସ୍ଥିରତାକୁ ବୁଝିହେଉଛି । ବୋଧହୁଏ ଏହି କାରଣରୁ ସେ କରିଥିବା ଟ୍ୱିଟରେ ସେ ଲେଖିଛନ୍ତି ଯେ ତାଙ୍କ ଫୋନ୍ କେହି ଦେଖିଛନ୍ତି କି?

କହିରଖୁଛୁ ଯେ ବିରାଟ କୋହଲି ଟିମ୍ ଇଣ୍ଡିଆର ବାକି ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ବିପକ୍ଷରେ ବୋର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ସେ ନେଟରେ ଘଣ୍ଟା ଘଣ୍ଟା ବ୍ୟାଟିଂ ଅଭ୍ୟାସ କରୁଛନ୍ତି । ଅଭ୍ୟାସ ସମୟରେ ସେ ସୁଇପ୍ ଓ ଓଲଟା ସୁଇପ୍ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏଥର ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ତୃତୀୟ ଥର ପାଇଁ ବୋର୍ଡର ଗାଭାସ୍କର ଟ୍ରଫି ଜିତିବାର ଲକ୍ଷ୍ୟ ରଖିଛି ଭାରତ । ଓ ବିରାଟ କୋହଲି ଭାରତ ମିଶନରେ ସବୁଠାରୁ ବଡ ଅସ୍ତ୍ର ହେବେ । ବିରାଟଙ୍କ ନେଟ୍ ଅଭ୍ୟାସ ମଧ୍ୟ ଜାରି ରହିଛି, କାରଣ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଘରେ ନିଜର ରେକର୍ଡରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫି ୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଷ୍ଟ ନାଗପୁରରେ ଖେଳାଯିବ, ଯେଉଁଠାରେ ବର୍ତ୍ତମାନ ବିରାଟ କୋହଲି ଫୋନ୍ ହଜାଇ ଦେଇଛନ୍ତି ।


Share It

Comments are closed.