ବାଣ ଫୁଟାଇ ସମାଲୋଚିତ ହେଲେ ଶିବମ ଦୁବେ, ସମାଲୋଚନା କଲେ ବିରାଟ


ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ବାଣ ନଫୁଟାଇବାକୁ ଅପିଲ କରିଥିଲେ । ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା । ଟ୍ରୋଲର୍ସମାନେ ତାଙ୍କୁ ଜନ୍ମଦିନରେ ଦୁବାଇରେ ହୋଇଥିବା ଆତସବାଜିର ଭିଡିଓ ଭାଇରାଲ କରି ସମାଲୋଚନା କରିଥିଲେ । ଏହାପରେ ସୋସିଆଲ ମିଡିଆ ୟୁଜର କୋହଲିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଏହି କାରଣରୁ ଆରସିବି ଟ୍ରଫି ଜିତିପାରୁ ନାହିଁ । କାରଣ ଅଧିନାୟକଙ୍କ କଥା କେହି ଶୁଣୁ ନାହାଁନ୍ତି । ସେହିପରି ଆଉ ଜଣେ ଯୁଜର ଲେଖିଛନ୍ତି ଯେ, କୋହଲି ଦୁବେଙ୍କୁ ଅନଫଲୋ କରିଦେଇଛନ୍ତି ।ଏତତ୍ ବ୍ୟତୀତ ଆଉଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଆସନ୍ତା ବର୍ଷ ଶିବମ ଆରସିବିରେ ସାମିଲ ହେବେ ନାହିଁ । କୋହଲି ବାଣ ଫୁଟାଇବାକୁ ମନା କରୁଛନ୍ତି କିନ୍ତୁ ତାଙ୍କ ଫେଭରେଟ୍ ଅଲରାଉଣ୍ଡର ବାଣ ଫୁଟାଉଥିବା ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି ।


Share It

Comments are closed.