ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଲେ ଭାରତୀୟ ଦଳର ଅନେକ କିମ୍ବଦନ୍ତୀ କ୍ରିକେଟର


ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶବିଦେଶରୁ ଅନେକ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଲାଣି । ରାଜନେତାଙ୍କ ଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ବିଶିଷ୍ଟ କିମ୍ବଦନ୍ତୀ ତାଙ୍କର ଉତ୍ତର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା ମଧ୍ୟ କରିଛନ୍ତି ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ସେହିଭଳି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁକର ମଧ୍ୟ ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା ମଧ୍ୟ କରିଛନ୍ତି ।


Share It

Comments are closed.