ଭାରତୀୟ ଦଳର ଏହି ଦୁହେଁ ଷ୍ଟାର ଖେଳାଳୀ ପାଇଁ ୨୦୧୯ କିପରି ଥିଲା, ଆସନ୍ତୁ ନଜର ପକାଇବା


ଚଳିତବର୍ଷ ବିଶ୍ୱକ୍ରିକେଟରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଖୁବ ଉତ୍ସାହଜନକ ରହିଛି । ଗୋଟିଏ ପଟେ ରୋହିତ ଛକା ବର୍ଷାକରି ଗୋଟିଏ ପରେ ଗୋଟିଏ ଶତକ ନିଜ ନାମରେ କରି ଚାଲୁଥିବାବେଳେ ଅନ୍ୟପଟେ ଅଧିନାୟକ କୋହଲିଙ୍କ ବ୍ୟାଟରୁ ମଧ୍ୟ ସମାନ ଋପକ ଦ୍ରୁତ ରନ ମଧ୍ୟ ବାହାରିଛି । ଚଳିତ ବର୍ଷ ଭାରତୀୟ ଦଳର ଏହି ଦୁଇ ତାରକାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ଚାଲିଥିବାବେଳେ ୨୦୨୦ ଏହି ଦୁହେଁ ଖେଳାଳୀଙ୍କ ପାଇଁ ଏକ ବଡ ଆହ୍ୱାନ ମଧ୍ୟ ହୋଇପାରେ ବୋଲି ଖେଳ ବିଶେଷଜ୍ଞମାନେ ନିଜ ନତ ରଖିଛନ୍ତି ।
ତେବେ ଆସନ୍ତୁ ୨୦୧୯ରେ ଏହି ଦୁହେଁ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା । ଯଦି ଆଇସିସି ର‌୍ୟାଙ୍କିଙ୍ଗ କଥା କହିବା ତେବେ ବିରାଟ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଶୀର୍ଷକ ସ୍ଥାନରେ ରହିଥିବାବେଳେ ରୋହିତ ଦିନିକିଆ ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଏବଂ ଟେଷ୍ଟ ର‌୍ୟାଙ୍କିଙ୍ଗରେ ୧୫ତମ ସ୍ଥାନରେ ରହିଛନ୍ତି । କୋହଲି ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ୮୮୭ ପଏଣ୍ଟ ହାସଲ କରିଥିବାବେଳେ ରୋହିତ ଦିନିକିଆରେ ୮୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସେହିଭଳି ଟି-୨୦ରେ କୋହଲିଙ୍କ ଠାରୁ ଗୋଟିଏ ପାଦ ଆଗରେ ରୋହିତ ଅଛନ୍ତି । ଯଦି ଆମେ ଟେଷ୍ଟ କଥା କହିବା ତେବେ ସୀମତ ଓଭରର ସ୍ପେଶାଲିଷ୍ଟ ରୋହିତଙ୍କୁ ଯେତେବେଳେ ଟେଷ୍ଟ ମ୍ୟାଚରେ ସୁଯୋଗ ମିଳିଲା ସେତେବେଳେ ରୋହିତ ଏହାର ଭରପୂର ସୁଯୋଗ ଉଠାଇଥିଲେ । ସେ ୫ଟି ମ୍ୟାଚରେ ୩ଟି ଶତକ ହାସଲ କରି ୫୫୬ ରନ ସଂଗ୍ରହ କରିବା ସହ ତାଙ୍କ ଷ୍ଟ୍ରାଇକରେଟ ୯୨.୬୬ ରହିଛି । ସେହିଭଳି ବିରାଟ ୫ଟି ମ୍ୟାଚରୁ ୬୧୨ ରନ ସଂଗ୍ରହ କରିବା ସହ ତାଙ୍କ ଷ୍ଟ୍ରାଇକରେଟ ୬୮ ପ୍ରତିଶତ ରହିଛି ।
କ୍ୟାଲେଣ୍ଡର ବର୍ଷ ଅନୁଯାୟୀ ଏହି ଦୁହେଁ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ଯଦି ନଜର ପକାଯାଏ ତେବେ ରୋହିତ ସର୍ବାଧିକ ରନ ସଂଗ୍ରହକାରୀ ସାବ୍ୟସ୍ତ ହୋଇଥିବାବେଳେ ସେ ସମୁଦାୟ ୨୮ଟି ମ୍ୟାଚରୁ ୧୪୯୦ ରନ ସଂଗ୍ରହ କରିଛନ୍ତି । ସେହିଭଳି ବିରାଟ ୨୬ଟି ମ୍ୟାଚରୁ ୧୩୭୭ ରନ ସଂଗ୍ରହ କରିଛନ୍ତି ।


Share It

Comments are closed.