କୋହଲିଙ୍କ ହାତରେ ବିଶ୍ୱକପ, କ’ଣ ୨୦୧୯ ବିଶ୍ୱକପ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ?


ଆଇସିସି କ୍ରିକେଟ ବିଶ୍ୱ କପ ୨୦୧୯ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସମୟ ମାସ ବାକି ରହିଛି । ସେପଟେ ଏହି ଟାଇଟେଲ ହାସଲ କରିବା ପାଇଁ ସବୁ ଦଳ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଥିବାବେଳେ ବିଶ୍ୱ କପର ଏହି ଟ୍ରଫି ବର୍ତ୍ତମାନ ସାରା ଦେଶ ଭ୍ରମଣ କରୁଛି । ବର୍ତ୍ତମାନ ବିଶ୍ୱ କପର ଏହି ଟ୍ରଫି ଅଷ୍ଟ୍ରେଲିଆରେ ଗସ୍ତରେ ଥିବାବେଳେ ଭାରତୀୟ ଦଳର ଅଧିନାୟକ ‘ବିରାଟ କୋହଲି’ ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ‘ଏରରନ ଫିଞ୍ଚ’ ଏହି ଟ୍ରଫିକୁ ଧରି ଫଟୋ ଉଠାଇଥିଲେ ।
ନିକଟ କିଛି ଦିନ ତଳେ ବିରାଟ ସେନା ଅଷ୍ଟ୍ରେଲିଆରେ ଯେଉଁ ଭଳି ଭାବରେ ଇତିହାସ ରଚିଥିଲେ, ସେଥିପାଇଁ ସମସ୍ତେ ଆଶାବାଦୀ ଅଛନ୍ତି ଯେ, ଭାରତ ପୁଣି ଥରେ ଏହି ଟାଇଟେଲକୁ ହାସଲ କରି ସାରା ବିଶ୍ୱରେ ନିଜ ଆଧିପତ୍ୟ ବିସ୍ତାର କରୁ ।
ଭାରତୀୟ କ୍ରିକେଟ ଦଳ କପିଲ ଦେବଙ୍କ ଅଧିନାୟକତ୍ୱ ସମୟରେ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱ କପ ଜିତି ଏହି ଟାଇଟେଲ ହାସଲ କରିଥିବାବେଳେ ୨୦୧୧ରେ ଧୋନିଙ୍କ ଅଧିନାକତ୍ୱ ସମୟରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା ।
ସେପଟେ ବିରାଟ ଅଧିନାୟକ ହେବା ପରେ ଏହା ହେଉଛି ତାଙ୍କ ପାଇଁ ପ୍ରଥମ ବିଶ୍ୱ କପ, ଯାହାକୁ ସେ ହାସଲ କରିବା ପାଇଁ ସମସ୍ତ ବଳ ଲଗାଇଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


Share It

Comments are closed.