ଆତଙ୍କବାଦୀଙ୍କ ଟାର୍ଗେଟରେ କୋହଲି ଏବଂ ତାଙ୍କ ସାଥୀ ଖେଳାଳୀ


ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସାଥୀ ଖେଳାଳୀ । ଆସନ୍ତା ନଭେମ୍ବର ୩ରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚରେ ଆତଙ୍କବାଦୀମାନେ ଏକ ବଡ ହମଲା କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ଗୁଇନ୍ଦା ବିଭାଗକୁ ମିଳିଛି ।
ଏହି ସଂପର୍କରେ ଏକ ଚିଠି ଗୁଇନ୍ଦା ବିଭାଗକୁ ମିଳିଥିବାବେଳେ ଏଥିରେ କୋହଲିଙ୍କ ସମେତ ତାଙ୍କର ଅନ୍ୟ ସାଥୀ ଖେଳାଳୀମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଏହି ଘଟଣା ସଂପର୍କରେ ଜଣାପଡିବା ପରେ ଖେଳାଳୀଙ୍କ ସୁରକ୍ଷା କଡାକଡି କରାଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଚିଠିର ଏକ କପି ବିସିସିଆଇ ନିକଟକୁ ପଠାଇ ଦିଆଯାଇଥିବାବେଳେ କେରଳରେ ଥିବା କୋଝିକୋଡରେ ଥିବା ଅଲ ଇଣ୍ଡିଆ ଲସ୍କର ନାମକ ଏକ ଆତଙ୍କବାଦୀ ସଂଗଠନ ଭାରତୀୟ ଦଳ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି ଏଥିରୁ ଜଣାପଡିଛି ।


Share It

Comments are closed.