ୱିଲିୟମସଙ୍କ ଉପରେ ନିଜର ଦୁଇ ବର୍ଷ ପୁରୁଣା ରାଗ ସୁଜାଇଲେ ବିରାଟ, ଭିଡିଓ ଭାଇରାଲ


ଗତ କାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀରେ ‘ବିରାଟ’ ଝଡ ଆସିଥିଲା । କାରଣ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୪ ରନ ଧୂଆଁଧାର ଇଂନିସ ଖେଳି ସହ ନଆଉଟ ରହି ଦଳକୁ ବିଜୟୀ ମଧ୍ୟ କରିଥିଲେ । ଗତ କାଲିର ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ ୫ଟି ୱିକେଟ ହରାଇ ଦଳୀୟଗତ ସ୍କୋର ୨୦୭ ରନ କରିଥିବାବେଳେ ଅନ୍ୟପଟେ ଭାରତ ଖୁବ ସହଜରେ ୧୮.୪ଟି ବଲରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା ।
ସବୁଠାରୁ ମୁଖ୍ୟକଥା ଏହା ଯେ, କୋହଲି ଏହି ମ୍ୟାଚରେ ଦଳକୁ ବିଜୟ କରିବା ସହ ନିଜର ଦୁଇ ବର୍ଷ ପୁୁରୁଣା ରାଗକୁ ମଧ୍ୟ ସୁଜାଇ ଦେଇଛନ୍ତି । ଏହି ମ୍ୟାଚରେ ୨୯ ବର୍ଷିୟ ବୋଲର ୱିଲିୟମସ ନିଜର ୨୨ତମ ଟି-୨୦ ମ୍ୟାଚ ଖେଳୁଥିଲେ । ୱିଲିୟମସନ ୨୦୧୭ରେ ଜମାଇକାରେ ଖେଳାଯାଉଥିବା ମ୍ୟାଚରେ ଯେତେବେଳେ ବିରାଟଙ୍କୁ ଆଉଟ କରିଥିଲେ ସେତେବେଳେ ସେ ନୋଟବୁକ ଷ୍ଟାଇଲରେ ଏହା ସେଲିବ୍ରେସନ କରିଥିଲେ ।

ସେଥିପାଇଁ ବିରାଟ ନିଜର ଏହି ପ୍ରତିଶୋଧକୁ ପୂରଣ କରିବା ଲକ୍ଷ୍ୟରେ ସେ ୱିଲିୟମସଙ୍କ ବଲକୁ ଏଭଳି ଧୋଇଥିଲେ ଯାହା ଦ୍ୱାରା ୱିଲିୟମସ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ଦଳର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ବିରାଟ, ୱିଲିୟମସଙ୍କ ବଲରେ ଲଗାତାର ଚୌକା ପରେ ଛକା ମାରି କେବଳ ତାଙ୍କର ପୁରୁଣା ହିସାବ କିତାବ ପୂରଣ କରି ନାହାନ୍ତି ଏହା ସେ ନୋଟବୁକ ଷ୍ଟାଇଲରେ ନିଜ ସେଲିବ୍ରେସନ ମଧ୍ୟ ଜାହିର କରିଥିଲେ ।
ୱିଲିୟମସ ନିଜ ୩.୪ ଓଭରରେ ୬୦ ରନ ଦେଇଥିବାବେଳେ ଅନ୍ୟପଟେ ସେ ୱିକେଟ ହାସଲ କରିବାରେ ଅସଫଳ ମଧ୍ୟ ରହିଥିଲେ । ଏହା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।


Share It

Comments are closed.