ଇସାରା ଇସାରାରେ ବିରାଟ କହିଦେଲେ ଅଷ୍ଟ୍ରେଲିଆ ଗ୍ରସ୍ତରେ କେଉଁ ଖେଳାଳୀର ସ୍ଥାନ ପକ୍କା ବୋଲି


ଭାରତ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜକୁ ୨-୦ ଶୃଙ୍ଖଳାରେ ଜିତିବା ପରେ ଏବେ ଦଳ ଦିନିକିଆ ଏବଂ ଟି-୨୦ ପାଇଁ ପ୍ରସ୍ତୁତ ହେଉଛି । ଏହା ପରେ ଭାରତର ପରବର୍ତ୍ତୀ ଗସ୍ତ ଅଷ୍ଟ୍ରେଲିଆ ରହିବ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ବର୍ତ୍ତମାନ ସୁଦ୍ଧା ଟିମର ଘୋଷଣା ହୋଇନଥିବାବେଳେ କିନ୍ତୁ ଅଧିନାୟକ ବିରାଟ କୋହଲି ଏହି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ କେଉଁ ଖେଳାଳୀ ଓପନିଙ୍ଗ ତା’ର ଇଂଙ୍ଗିତ ବର୍ତ୍ତମାନ ଠାରୁ କରିସାରିଲେଣି ।
ୱେଷ୍ଟଇଣ୍ଡିଜ ଠାରୁ ଏହି ବିଜୟ ହାସଲ କରିବା ପରେ ବିରାଟ ଏହି ସମ୍ବନ୍ଧୀୟ କିଛି ମନ୍ତବ୍ୟ ଦେଇଛନ୍ତି । ସେ ମ୍ୟାଚର ହିରୋ ‘ପୃଥିବୀ ସ’ଙ୍କୁ ପ୍ରସଂଶା କରିବାକୁ ଯାଇ କହିଛନ୍ତି ଯେ, “ମୁଁ ଭାବୁଛି ଭାରତୀୟ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଅଷ୍ଟ୍ରେଲିଆ ବୋଲରଙ୍କ ସାମନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।” ଏହି ଅବସରରେ ବିରାଟ ଖାସ କରି ‘ପୃଥିବୀ ସ’ଙ୍କର ପ୍ରଶଂସା କରିବା ସହ ସେ ଏକ ପ୍ରତିଭାଶାଳୀ ଖେଳାଳୀ ବୋଲି ବିବେଚନା ମଧ୍ୟ କରିଛନ୍ତି ।
ବିରାଟ ଏହି ମଧ୍ୟରେ କହିଛନ୍ତି ଯେ, “ମୋତେ ଲାଗୁ ନାହିଁ ଟିମ ଇଣ୍ଡିଆର କୌଣସି ବି ଖେଳାଳୀ ୧୮-୧୯ ବର୍ଷରେ ‘ପୃଥିବୀ ସ’ଙ୍କର ୧୦ ପ୍ରତିଶତ ବି ପ୍ରଦର୍ଶନ ଦେଖାଇଥିବେ । ପୃଥିବୀ ଏହାର ସୁଯୋଗ ଉଠାଇଛନ୍ତି । ସେ ଜଣେ ଭଲ ପ୍ରଦର୍ଶନ ଦେଖାଇପାରୁଥିବା ସର୍ବଉତ୍ତମ ଖେଳାଳୀ ଅଟନ୍ତି । ଆମେ ତାଙ୍କ ଭଳି ଜଣେ ପ୍ରତିଭା ଖେଳାଳୀ ପାଇ ବହୁତ ଖୁସି ।” ତାଙ୍କର ବ୍ୟାଟିଂର ପ୍ରଶଂସା କରି ବିରାଟ କହିଛନ୍ତି ଯେ, “ତାଙ୍କ ବ୍ୟାଟିଂରେ ଆତ୍ମବିଶ୍ୱାସ ଭରି ରହିଛି । ସେ ଯେମିତି ଦେଖାଯାଉଛନ୍ତି ପ୍ରକୃତରେ ସେମିତି ନୁହଁନ୍ତି ।”


Share It

Comments are closed.