ଆଗାମୀ ମ୍ୟାଚରେ ରୋହିତ ଖେଳିବେ କି ନାହିଁ, ତା’ ଉପରେ ପ୍ରତିକ୍ରିୟା ରଖିଲେ କୋହଲି


ଭାରତୀୟ ଦଳ ବର୍ତ୍ତମାନ ନିଜର ଆହତ ଖେଳାଳୀଙ୍କୁ ନେଇ ଚିନ୍ତାରେ ଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜର ପ୍ରଥମ ମ୍ୟାଚରେ ଦଳର ଯୁବ ଖେଳାଳୀ ଆହତ ହୋଇଯାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଦଳର ପ୍ରମୁଖ ଖେଳାଳୀ ରୋହିତ ଶର୍ମାଙ୍କୁ ଆଘାତ ଲାଗିଛି । ବ୍ୟାଟିଙ୍ଗ ସମୟରେ ଶିଖର ଧାୱାନଙ୍କୁ ଆଘାତ ଲାଗିଥିବାବେଳେ ଅନ୍ୟପଟେ ଫିଲ୍ଡିଙ୍ଗ ସମୟରେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଥିଲା ।
ଶିଖର ଧାୱାନ ୧୦ମ ଓଭରରେ ବ୍ୟାଟିଙ୍ଗ କରୁଥିବାବେଳେ ମିଚାଇଲ ଷ୍ଟାର୍କଙ୍କ ବଲ ସିଧା ଯାଇ ତାଙ୍କ କାନ୍ଧ ତଳରେ ବାଜିଥିଲା । ବଲିଟି କାନ୍ଧ ତଳରେ ବାଜିବା ପରେ ସେ ତୁରନ୍ତ ତଳେ ଶୋଇ ପଡିଥିଲେ । ଏହା ପରେ, ଫିଜିୟୋ ଆସି ତାଙ୍କ ଉପଚାର କରିଥିଲେ, ଯାହା ଫଳରେ ସେ ୯୬ ରନର ଏକ ସୁନ୍ଦର ଇନିଂସ ଖେଳିଥିଲେ ।
ସେହିଭଳି ଧାୱାନଙ୍କ ପରେ ଫିଲ୍ଡି ସମୟରେ ରୋହିତ ଶର୍ମାଙ୍କୁ କାନ୍ଧରେ ଆଘାତ ଲାଗିଥିଲା । ୪୩ତମ ଓଭରରେ ରୋହିତ ଫିଲ୍ଡି କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା । ସେ ବାଉଣ୍ଡ୍ରିରେ ଫଲ୍ଡି ସମୟରେ ବଲକୁ ଧରୁ ଧରୁ ନିଜ ସନ୍ତୁଳନ ହରାଇ ଏବଂ ସିଧା ଯାଇ ତାଙ୍କ କାନ୍ଧ ଭୂମିରେ ମାଡ ହୋଇଥିଲା । ଏହା ପରେ ରୋହିତଙ୍କ କାନ୍ଧରେ ଗଭୀର ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ପଡିଆରୁ ବାହାର କରାଇବାକୁ ପଡିଥିଲା । ତେବେ ରୋହିତଙ୍କ ଆଘାତ ସଂପର୍କରେ ଯେତେବେଳେ କୋହଲି ପ୍ରଶ୍ନ କରାଯାଇଥିଲା, ସେତେବେଳେ କୋହଲି କହିଥିଲେ ଯେ, ରୋହିତଙ୍କୁ ଗଭୀର ଆଘାତ ଲାଗି ନାହିଁ । ତାଙ୍କ କାନ୍ଧରେ ଅଳ୍ପ ଆଘାତ ଲାଗିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ରୋହିତଙ୍କ ସହ କଥା ହୋଇଛି । ଆଘାତ ଗୁରୁତର ନୁହେଁ, ଏବଂ କୌଣସି ମାଇନର ଫ୍ୟାକ୍‌ଚର ହୋଇ ନାହିଁ । ”
ତେବେ ଆସନ୍ତା କାଲି ବେଙ୍ଗାଲୁରୁରେ ସିରିଜର ନିର୍ଣ୍ଣାୟକ ମ୍ୟ।ଚ ଥିବାବେଳେ ଉଭୟ ଦଳ ବର୍ତ୍ତମାନ ୧-୧ରେ ବରାବର ରହିଛନ୍ତି । ସିରିଜକୁ କବଜା କରିବାକୁ ହେଲେ ପରବର୍ତ୍ତୀ ମ୍ୟାଚଟି ଭାରତ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଏଥିପାଇଁ ରୋହିତ ଖେଳିବା ଅତ୍ୟନ୍ତ ଜରୁରୀ ଅଟେ ।


Share It

Comments are closed.