ଚତୁର୍ଥଥର ପାଇଁ ଶୂନରେ ଆଉଟ ହୋଇ ପାଭିଲିୟନ ଫେରିଲେ କୋହଲି


ଗତ ରବିବାର ଦିନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଚତୁର୍ଥଥର ପାଇଁ ଶୂନରେ ଆଉଟ ହୋଇଛନ୍ତି । ଗତ କାଲି ରୋଚ, ବିରାଟଙ୍କୁ ପ୍ରଥମ ବଲରେ ଶୀକାର କରିଥିବାବେଳେ ଏହା ପୂର୍ବରୁ ସେ କେଏଲ ରାହୁଲଙ୍କୁ ନିଜର ଶୀକାର କରି ସାରିଥିଲେ । ଏହାର ଅର୍ଥ ଏହି ଯେ, ରୋଚ ନିଜର ଦୁଇଟି ବଲରେ ଦୁଇଟି ସୁନ୍ଦର ୱିକେଟ ସଂଗ୍ରହ କରିଥିବାବେଳେ କିନ୍ତୁ ହ୍ୟାଟ୍ରିକ ନେବାରେ ଅସଫଳ ରହିଥିଲେ ।


ରୋଚ ନିଜ ତୃତୀୟ ବଲରେ ରାହାଣେଙ୍କୁ ଆଉଟ କରିବାରେ ଅସଫଳ ରହିଥିବାବେଳେ ସେ ଟେଷ୍ଟ କ୍ରିକେଟରେ ୧୯୩ଟି ୱିକେଟ ସଂଗ୍ରହ କରି ସର୍ବାଧିକ ୱିକେଟ ସଂଗ୍ରହ କରିବାରେ ୯ମ ସ୍ଥାନରେ ରହିଛନ୍ତି । ପ୍ରକାଶ ଥାଉକି, ଏହି ମ୍ୟାଚର ପ୍ରଥମ ପାଳିରେ ଭାରତୀୟ ପେସ ବୋଲ ବୁମରା ସର୍ବାଧିକ ୬ ୱିକେଟ ସଂଗ୍ରହ କରିବା ସହ ହ୍ୟାଟ୍ରିକ ୱେକଟ ନେବାର ରେକର୍ଡ ହାସଲ କରିଛନ୍ତି ।


Share It

Comments are closed.