ପଡିଆ ମଝିରେ ଗେଲଙ୍କୁ ଡ୍ୟାନ୍ସ ଷ୍ଟେପ ସିଖାଇଲେ କୋହଲି


ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଗତ ଗୁରୁବାର ଦିନ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ବର୍ଷା କାରଣରୁ ମ୍ୟାଚଟି କେବଳ ୧୩ ଓଭର ପର୍ଯ୍ୟନ୍ତ ଖେଳା ଯାଇପାରିଥିଲା । ଭାରତ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ୱେଷ୍ଟଇଣ୍ଡିଜ ୧୩ ଓଭରରେ ଗୋଟିଏ ୱିକେଟ ହରାଇ ୫୪ ରନ ସଂଗ୍ରହ କରିଥିଲା ।
ତେବେ ଏହି ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବାବେଳେ କିନ୍ତୁ ମ୍ୟାଚଟିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ୱେଷ୍ଟଇଣ୍ଡିଜ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ମଧ୍ୟରେ ଏକ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଏହି ରୋମାଞ୍ଚକ ଦୃଶ୍ୟରେ ଅଧିନାୟକ ବିରାଟ କୋହଲି ପଡିଆ ମଝିରେ ଡ୍ୟାନ୍ସ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ କ୍ରିସ ଗେଲ ଯେତେବେଳେ ବ୍ୟାଟିଙ୍ଗ କରୁଥିଲେ ସେହି ସମୟରେ କୋହଲି, ଗେଲଙ୍କୁ କିଛି ଡ୍ୟାନ୍ସ ଷ୍ଟେପ ସିଖାଉଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟର ଏକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.