ସଚିନଙ୍କ ପରେ ଖୁବ ଶୀଘ୍ର ୧୦,୦୦୦ ରନ କ୍ଲବରେ ସାମିଲ ହେବେ ବିରାଟ


ଟିମ ଇଣ୍ଡିଆ ଅଧିୟନାୟକ ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଏହି ଦିନିଆ ସିରିଜରେ ୧୦,୦୦୦ ରନ ପୂରଣ କରି ପାରନ୍ତି । ବର୍ତ୍ତମାନ ସୁଧା ସେ ୨୧୧ଟି ଦିନିକିଆ ମ୍ୟାଚ ଖେଳି ୯୭୭୯ ରନ ସଂଗ୍ରହ କରିଥିବାବେଳେ ଇଲିଟ ଗ୍ରୁଫରେ ସାମିଲ ହେବା ପାଇଁ ବିରାଟଙ୍କୁ ଆଉ ମାତ୍ର ୨୨୧ରନ ର ଆବଶ୍ୟକତା ରହିଛି ।
ବିରାଟ ବର୍ତ୍ତମାନ ଫର୍ମରେ ଥିବା ବେଳେ ସେ ଯଦି ଏହି ସମସ୍ତ ମ୍ୟାଚ ଖେଳନ୍ତି ତେବେ ଏହି ଲକ୍ଷ୍ୟକୁ ସେ ଅତି ସହଜରେ ହାସଲ କରିନେବେ କଳନା କରାଯାଉଛି ।
ଯଦି କୋହଲି ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଯାଇନ୍ତି, ତେବେ ସେ ସବୁଠାରୁ କମ ଇଂନିସ ଖେଳି ଏହି ଲକ୍ଷ୍ୟ ହାସଲ କରିବାର ସର୍ବପ୍ରଥମ ଖେଳାଳୀ ହୋଇଯିବେ । ବର୍ତ୍ତମାନ ସୁଧା ଏହି ରେକର୍ଡ ତେନ୍ଦୁଲକରଙ୍କ ନାମରେ ରହିଛି । ଯିଏକି ୨୫୯ଟି ମ୍ୟାଚ ଖେଳି ଏହି ଲକ୍ଷ୍ୟ ହାସଲ କରିଛନ୍ତି । କୋହଲି ବର୍ତ୍ତମାନ ସୁଧା ୨୧୧ଟି ମ୍ୟାଚରେ ୨୦୩ଟି ଇଂନିସ ଖେଳିଛନ୍ତି ।
କୋହଲିଙ୍କ ପୂର୍ବରୁ ୧୨ ଜଣ ଖେଳାଳୀ ଏହି କୀର୍ତ୍ତି ହାସଲ କରିସାରିଛନ୍ତି, ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ସନତ ଜୟସୁରୀୟା, ମହିଲା ଜୟବର୍ଦ୍ଧନେ, ଇଞ୍ଜାମାମ-ୟୁଲ-ହକ, ଜ୍ୟାକ କାଲିସ, ବ୍ରେନ ଲାରା ଆଦି ସାମିଲ ରହିଛନ୍ତି ।
ଯଦି ଆମେ ଭାରତୀୟ ଖେଳାଳୀଙ୍କ କଥା କହିବା ତେବେ, ତେବେ ସଚିନ ତେନ୍ଦୁଲକର(୧୮,୪୨୬), ସୌରଭ ଗାଙ୍ଗୁଲି(୧୧,୩୬୩), ରାହୁଲ ଦ୍ରାବିଡ(୧୦,୮୮୯), ଏମଏସ ଧୋନି(୧୦,୮୮୯) ଏହି କୀର୍ତ୍ତି ହାସଲ କରିସାରିଛନ୍ତିି । ପ୍ରକାଶ ଥାଉକି ସଚିନଙ୍କର ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ ରହିଛି ।


Share It

Comments are closed.