ଅଧିନାୟକତ୍ୱରେ ଧୋନୀଙ୍କୁ ପଛରେ ପକାଇଲେ କୋହଲି


ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଏବଂ ଅଧିନାୟକ ବିରାଟ କୋହଲିଙ୍କ ସୁନ୍ଦର ଶତକୀୟ ପାଳି ଯୋଗୁଁ ଦଳ ଇଡେନ ଗାର୍ଡେନରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ରି ଟେଷ୍ଟରେ ୪୬ ରନରେ ବିଜୟ ହାସଲ କରି ସିରିଜକୁ ୨-୦ରେ ମୂଳ ପୋଛ କରିନେଇଛି ।
ଏହା ସହ ବିରାଟ କ୍ରମାଗତ ଭାବେ ୭ଟି ଟେଷ୍ଟ ସିରିଜ ବିଜୟ କରିବାର ପ୍ରଥମ ଭାରତୀୟ ଅଧିନାୟକ ହୋଇଯାଇଥିବାବେଳେ ଏହା ସହ ସେ ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଧୋନୀ ଅଧିନାୟକ ଥିବା ସମୟରେ ୨୦୧୩ରେ କ୍ରମାଗତ ଭାବେ ୬ଟି ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିବାବେଳେ ବିରାଟ କ୍ରମାଗତ ଭାବେ ୭ଟି ସିରିଜରେ ବିଜୟୀ ହାସଲ କରି ଏହି ରେକର୍ଡ ହାସଲ କରିଛନ୍ତି ।
କେବଳ ଏତିକି ନୁହେଁ କୋହଲି ଅଷ୍ଟ୍ରେଲିଆର ଏଲେନ ବର୍ଡରଙ୍କୁ ପଛରେ ପକାଇ ବିଶ୍ୱ ୫ମ ଶ୍ରେଷ୍ଠ ଅଧିନାୟକ ମଧ୍ୟ ହୋଇଯାଇଛନ୍ତି । କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୫୩ଟି ସିରିଜରୁ ୩୩ଟିରେ ବିଜୟ ହାସଲ କରିଥିବାବେଳେ ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ୫୩ଟି ଟେଷ୍ଟ ସିରିଜରେ ବିଜୟ ହାସଲ କରି ପ୍ରଥମ ସ୍ଥାନରେ ଏବଂ ଅଷ୍ଟ୍ରେଲିଆର ରିକି ପଏଣ୍ଟିଙ୍ଗ ୪୧ଟି ଟେଷ୍ଟ ସିରିଜରେ ବିଜୟ ହାସଲ କରି ଦ୍ୱିତୀୟ ସ୍ଥାନରେ ଏବଂ ତୃତୀୟ ସ୍ଥାନରେ ଷ୍ଟିଭ ୱଗ (୪୧ଟି ଟେଷ୍ଟ ସିରିଜ) ଓ ଚତୁର୍ଥ ସ୍ଥାନରେ ୱେଷ୍ଟଇଣ୍ଡିଜର କ୍ଲାଇଭ ଲଏଡ ରହିଛନ୍ତି ।


Share It

Comments are closed.