ପିତାମାତା ହେବା ପରେ ପ୍ରଥମ ଥର ନଜର ଆସିଲେ ବିରାଟ-ଅନୁଷ୍କା


ମା ହେବା ପରେ ପ୍ରଥମଥର ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କାଙ୍କ ସହ ବିରାଟ କୋହଲି ମଧ୍ୟ ନଜର ଆସିଛନ୍ତି। ପତିପତ୍ନୀ ଗୁରୁବାର ସକାଳେ ମୁମ୍ବାଇ ବାନ୍ଦ୍ରାରେ ନଜର ଆସିଛନ୍ତି। ଦୁହେଁ ନିଜ ନବଜାତ ଝିଅକୁ ନେଇ ଚେକଅପ୍ ପାଇଁ ଯାଇଥିଲେ। ଦୁଇ ଷ୍ଟାର୍ ପେପରାଜିକୁ ପୋଜ୍ ବି ଦେଇଥିଲେ।

ବେବି ବିରୁଷ୍କାଙ୍କ ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ଅନେଇ ବସିଛନ୍ତି କିନ୍ତୁ ଏବେ ଯାଏଁ ଦେଖି ପାରିନାହାନ୍ତି। ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ। ଝିଅ ଜନ୍ମ ଦେବା ପାଖାପାଖି ୧୦ ଦିନ ହୋଇଗଲାଣି କିନ୍ତୁ ସେ ପୂର୍ବ ଭଳି ସମ୍ପୂର୍ଣ ସୁସ୍ଥ ଓ ଫିଟ ନଜର ଆସିଛନ୍ତି। ଗର୍ଭାବସ୍ଥା ସମୟରେ ତାଙ୍କର ଓଜନ ଅଧିକ ବୃଦ୍ଧି ହୋଇନଥିଲା।

ଆଜି ସେ ଡେନିମ୍ ଜିନ୍ସ ଓ ସାର୍ଟରେ ନଜର ଆସିଛନ୍ତି। ତାଙ୍କ ଲୁକରୁ ଜଣାପଡିଛି ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ପେପରାଜି ଅନୁରୋଧ ପରେ ଦୁହେଁ ପୋଜ୍ ଦେଇଥିଲେ।

ଜାନୁଆରୀ ୧୧ ତାରିଖରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବାପା-ମା’ ହୋଇଛନ୍ତି। ଅନୁଷ୍କା ଏଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଶିଶୁ ଜନ୍ମ ପରେ ବିରାଟ କୋହଲି ସୋସିଆଲ ମିଡ଼ିଆରେ ଖୁସି ଜାହିର କରିଥିଲେ। ସେ ଲେଖିଥିଲେ, “ଆଜି ଅପରାହ୍ନରେ ଆମର ଝିଅ ହୋଇଛି। ଆପଣମାନଙ୍କ ସ୍ନେହ ଓ ଶୁଭକାମନା ପାଇଁ ବହୁତ ବହୁତ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି।”

ଏହାପରେ ପ୍ରଶଂସକ ଷ୍ଟାର ଯୋଡିକୁ ଦେଖିବାକୁ ଅପେକ୍ଷା କରିଥିଲେ।


Share It

Comments are closed.