ଭିନିର ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ସ୍ୱତନ୍ତ୍ର, ଗୁରୁତ୍ୱପୂର୍ଣ୍ଣ ଓ ଭାରି ମେସିନ୍ ଉପକରଣ ନିର୍ମାଣରେ ନିୟୋଜିତ ସମନ୍ୱିତ ଇଞ୍ଜିନିୟରିଂ କମ୍ପାନି ଭିନିର ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆରଏଚ୍ପି) ଦାଖଲ କରାଯାଇଛି।
କମ୍ପାନି ଆଇପିଓ ଜରିଆରେ ୫୩,୩୦୦,୦୦୦ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର୍ ଫର୍ ସେଲ୍ରେ ପ୍ରତିଷ୍ଠାତା ନୀଲେଶ ଗୁପ୍ତା ୫୩,୩୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭିନିର ଇଞ୍ଜିନିୟରିଂ ଲିମିଟେଡ୍ ନିର୍ମାଣ କରୁଥିବା ଉପକରଣଗୁନିକ ଶକ୍ତି, ପ୍ରତିରକ୍ଷା, ଏରୋସ୍ପେସ୍, ରେଳବାଇ, ଶକ୍ତି ଟରବାଇନ୍, ହାଇଡ୍ରଲିକ୍, ଆର୍ଥ ମୁଭିଂ, ହାଇ ଏଣ୍ଡ ଇଞ୍ଜିନିୟରିଂ ଆଦି କ୍ଷେତ୍ରରେ ବ୍ୟବହାର ହେଉଛି। ସଶସ୍ତ୍ର ଯାନ, ଅସ୍ତ୍ର ଓ ଗୋଳାବାରୁଦ, ଯୁଦ୍ଧ ଉପକରଣ, ମିଲିଟାରି ହାର୍ଡୱେର, ଅପ୍ଷ୍ଟ୍ରିମ୍ ଓ ଡାଉନ୍ଷ୍ଟ୍ରିମ୍ ତୈଳ ଓ ଗ୍ୟାସ୍ ବ୍ୟବସ୍ଥା, କ୍ରାୟୋଜେନିକ୍ ବ୍ୟବସ୍ଥା, ବିମାନ ପ୍ରୋପୁଲସନ୍ ବ୍ୟବସ୍ଥା, ଶକ୍ତି ଟରବାିନ୍, ରେଳ ଲୋକୋମୋଟିଭ୍ ଓଳ ବ୍ରେକିଂ ବ୍ୟବସ୍ଥା, ଆଣବିକ ଶକ୍ତି ଭିତିଭୂମି ଉପକରଣ, ହେଭି ଡ୍ୟୁଟି ଏକ୍ସକାଭେସନ୍ ମେସିନ୍, ସ୍ପେସ୍ ଫ୍ରେମ୍, ହାଇଡ୍ରଲିକ୍ ଉପାଦାନ, ପବନ ଟରବାଇନ୍ ଜେନେରେଟର ଓ ହାଇ ପ୍ରେସର୍ ବ୍ରଏଲର୍ ଆଦିକୁ କମ୍ପାନି ବିକାଶ କରୁଛି। ଏହା ଆଲୟ ଷ୍ଟିଲ୍, ଟାଇଟାନିୟମ୍, ହାଷ୍ଟଆଲୟ, କାର୍ବନ୍ ଷ୍ଟିଲ୍, ଷ୍ଟେନ୍ଲେସ୍ ଷ୍ଟିଲ୍, ଡୁପ୍ଲେକ୍ସ ଷ୍ଟିଲ୍, ସ୍ପେସିଆଲ ଷ୍ଟିଲ୍, ଇନକୋନେଲ, ମୋନେଲ, ଆଲୁମିନିୟମ୍ ଆଦିକୁ କମ୍ପାନି ବ୍ୟବହାର କରି ଏହି ଉପକରଣଗୁଡ଼ିକୁ ପ୍ରସ୍ତୁତ କରୁଛି। କମ୍ପାନି ୨୦ କେଜିଠାରୁ ଆରମ୍ଭ କରି ୬୦୦୦ କିଲୋଗ୍ରାମ ଓଜନର ଉପକରଣ ବିକାଶ କରୁଛି।
କମ୍ପାନିର କର୍ଣ୍ଣାଟକସ୍ଥିତ ବାଙ୍ଗାଲୋର ନିକଟରେ ତିନିଟି ୟୁନିଟ୍ ଏବଂ ହୋସୁର ତାମିଲନାଡୁର କାଡୁକୋଣ୍ଡନାପାଲିରେ ଥିବା କାରଖାନାର ମୋଟ୍ ସ୍ଥାପିତ କ୍ଷମତା ୩୮,୦୦୦ ଏମ୍ଟିପିଏ ରହିଛି। ଏହି ୟୁନିଟ୍ଗୁଡ଼ିକ ୩୮,୧୬୦ ବର୍ଗମିଟରରେ ବ୍ୟାପିଛି। କମ୍ପାନିର ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ଏରୋସ୍ପେସସ୍, ରେଳବାଇ, ଶକ୍ତି ଟରବାଇନ୍, ହାଇଡ୍ରଲିକ୍, ଆର୍ଥମୁଭିଂ, ହାଇ ଏଣ୍ଡ୍ ଇଞ୍ଜିନିୟରିଂ ଭଳି କ୍ଷେତ୍ରର କମ୍ପାନି ରହିଛି। ଭାରତ ସମେତ ଆମେରିକା, ମେକ୍ସିକୋ, ସ୍ପେନ୍, ମାଲେସିଆ, ୟୁଏଇ, ସାଉଦି ଆରବ, ଟୁନିସିଆ, କାନାଡା ଭଳି ଦେଶରେ ଗ୍ରାହକମାନେ ରହିଛନ୍ତି। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା କମ୍ପାନି ୧୫୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି।
ଏହି ଅଫର୍ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ପାଂଟୋମ୍ୟାଥ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଅଫରର ରେଜିଷ୍ଟ୍ରାର୍ ହେଉଛି କେଏଫ୍ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍।
Comments are closed.