ରାଜ୍ୟର ବିଭିନ୍ନ ଶିଳ୍ପ ମହାସଂଘ ଗୁଡ଼ିକ ପକ୍ଷରୁ ଚଳିତ କେନ୍ଦ୍ରିୟ ବଜେଟ ଉପରେ ପ୍ରତିକ୍ରିୟା


ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀମତି ନିର୍ମଳା ସୀତାରମଣ ସଂସଦରେ ଚଳିତ ଆର୍ôଥକ ବର୍ଷ ୨୦୨୪-୨୫ର କେନ୍ଦ୍ରିୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକୁନେଇ ବିଭିନ୍ନ ଶିଳ୍ପ ମହାସଂଘର ରାଜ୍ୟ ଶାଖା ପକ୍ଷରୁ ଅନେକ ଉତ୍ସାହଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆସୋଚାମ୍ ଓଡ଼ିଶା ଅଧ୍ୟକ୍ଷ, ଶ୍ରୀ ପଙ୍କଜ ଲୋଚନ ମହାନ୍ତି କେନ୍ଦ୍ରିୟ ବଜେଟ୍ ୨୦୨୪-୨୫ ସମ୍ପର୍କରେ ମତରଖି କହିଛନ୍ତିଯେ, ଚଳିତ ବର୍ଷର ବଜେଟ୍ ବାସ୍ତବରେ ଏକ ଲୋକାଭିମୁଖି ବଜେଟ୍ ଏବଂ ଏହା ଓଡ଼ିଶାର ବିକାଶରେ ବହୁଳ ମାତ୍ରାରେ ସହାୟକ ହୋଇପାରିବ । ଯାହାଦ୍ୱାରା ଓଡ଼ିଶା ଏକ ପ୍ରମୁଖ ଭାରତୀୟ ରାଜ୍ୟ ହେବାର ସମ୍ଭାବନା ରଖିଛି । ଆସୋଚାମ୍ ରାଜ୍ୟର ଶିଳ୍ପ ବିକାଶ ଓ ବୈଷୟିକ ବିପ୍ଳବ ଦୃଷ୍ଟିକୋଣରୁ ଏହା ଆଶାବ୍ୟକ୍ତ କରୁଛିବୋଲି ଶ୍ରୀଯୁକ୍ତ ମହାନ୍ତି ନିଜର ମତବ୍ୟକ୍ତ କରିଛନ୍ତି ।

ମୋନାଲିସା ପଣ୍ଡା, ଉପାଧ୍ୟକ୍ଷ, ସିଆଇଆଇ ଆଇଡବ୍ଲ୍ୟୁଏନ ଓଡ଼ିଶାଙ୍କ ମତରେ, ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି କର୍ମଜୀବୀ ମହିଳା ହଷ୍ଟେଲ ଏବଂ କ୍ରେଚ୍ ତିଆରି କରିବା ଭଳି ସକ୍ଷମତା ଉପରେ ଗୁରୁତ୍ୱାରୋପ । ଏହା ବ୍ୟତୀତ ଇଜ ଅଫ୍ ଡୁଇଂ ବିଜନେସ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ମହିଳାଙ୍କ ଭୂମିକାକୁ ବଢ଼ାଇବା ଏବଂ ସେମାନଙ୍କ ସ୍ଥିତିକୁ ଉନ୍ନତ କରିବା ପାଇଁ ମୁଦ୍ରା ଋଣ ବୃଦ୍ଧି କରାଯାଇଛି ।

ସେହିପରି ଫିକି ଜାତୀୟ ଅଧ୍ୟକ୍ଷ, ଡ଼ଃ ଅନିଶ୍ ଶାହା କହିଛନ୍ତିଯେ, “ଫିକି ଏହି ସୁସଂଗଠିତ, ଅଭିବୃଦ୍ଧି ଭିତ୍ତିକ ବଜେଟକୁ ସ୍ୱାଗତ କରୁଛି । ଯେଉଁଥିରେ ଭିତ୍ତିଭୂମି, କ୍ୟାପେକ୍ସ ଏବଂ ଦକ୍ଷତା ମୂଳକ ପଦକ୍ଷେପ ମାଧ୍ୟମରେ ଦୀର୍ଘମିଆଦୀ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଆମେ ବିଶେଷ ଭାବରେ ସରଳୀକରଣ ଏବଂ ବ୍ୟବସାୟ କରିବାର ସହଜତା ଉପରେ ଗୁରୁତ୍ୱଦେଇ ଉତ୍ସାହିତ ଅଛୁ, ଯାହା ଆମର ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବ । ଚଳିତ ବର୍ଷର ବଜେଟ ଫିକିର ବିକଶିତ ଭାରତ ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣଭାବେ ଯୋଡ଼ିହୋଇ ଭାରତକୁ ଏକ ଶସ୍ତା ଉତ୍ପାଦନ ସ୍ଥଳରେ ପରିଣତ କରିବା ପାଇଁ ମଞ୍ଚ ପ୍ରସ୍ତୁତ କରିଛି । ଆମର ଦୀର୍ଘମିଆଦୀ ଅଭିବୃଦ୍ଧି ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଜେ ବି ପାଣି, ଅଧକ୍ଷ, ଆଇସିସି ଓଡ଼ିଶା ଶାଖା କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ସନ୍ତୁଳିତ ବଜେଟ୍ ଯାହା ଓଡ଼ିଶା ଭଳି ରାଜ୍ୟର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । କୃଷି କ୍ଷେତ୍ର, ଡିଜିଟାଲାଇଜେସନ୍‌, ସ୍ୱଚ୍ଛତା ଏବଂ କୃଷକଙ୍କ ଆୟରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସେମାନେ ଋଣ ଏବଂ ଭିତ୍ତିଭୂମି ସହାୟତା ମାଧ୍ୟମରେ ଏମଏସଇପାଇଁ ପ୍ଲାଟଫର୍ମ ସୃଷ୍ଟି କରି ନିଯୁକ୍ତିକୁ ପ୍ରାଥମିକତା ଦେଉଛନ୍ତି । ଏହାବ୍ୟତୀତ ଉଦାରୀକରଣ ଏବଂ ନୂତନ ଉଦ୍ୟୋଗୀଙ୍କୁ ପୋଷଣ କରିବା ଉପରେ ଗୁରୁତ୍ୱ ଦେବା ଆଶାଜନକ । ମୁଦ୍ରାସ୍ଫୀତି କୁ ନିୟନ୍ତ୍ରଣ କରିବା ଏବଂ ଉପଲବ୍ଧ ସମ୍ବଳ ଏବଂ ଭିତ୍ତିଭୂମିକୁ ଅଧିକରୁ ଅଧିକ କରିବା । ଟିକସ ଦିଗରେ ବାଇବ୍ୟାକ୍ ଟିକସ ବୃଦ୍ଧି ଏବଂ ପୁଞ୍ଜି ଲାଭ ଢାଞ୍ଚାରେ ସଂଶୋଧନ ସମେତ ଅନେକ ପରିବର୍ତ୍ତନ କରାଯାଇଛି । ବିଦେଶୀ ଟିକସ ୪୦ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ କରିବା ଏକ ସକାରାତ୍ମକ ପଦକ୍ଷେ, ଯାହା ଦେଶର ସ୍ୱାଗତଯୋଗ୍ୟ ଆଭିମୁଖ୍ୟକୁ ଦର୍ଶାଉଛି ।

ଶ୍ରୀ ପଙ୍କଜ କୁମାର ସତୀଜା, ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଓ ଇଆଇସି- ଏଫ୍‌ଏଏମଡି, ଟାଟା ଷ୍ଟିଲ ଲିମିଟେଡ୍‌ଙ୍କ ମତରେ କେନ୍ଦ୍ର ବଜେଟ ୨୦୨୪-୨୫ରେ ଅଭିବୃଦ୍ଧି ଏବଂ ସ୍ଥିରତା ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁଥିରେ ଦକ୍ଷତା ଏବଂ ନିଯୁକ୍ତି ସୃଷ୍ଟି, ଗୃହ ନିର୍ମାଣ ଏବଂ କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ମଧ୍ୟବିତ୍ତବର୍ଗଙ୍କୁ କିଛି ଆଶ୍ୱସ୍ତି ଦେବା ସହିତ ନିବେଶକଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମି ନିର୍ମାଣ ଏବଂ ଏମଏସଏମଇଗୁଡ଼ିକୁ ସହାୟତା ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ମୋଟାମୋଟି ଭାବେ ଏହା ସମସ୍ତଙ୍କ ପାଇଁ ଏକ ପ୍ରଭାବଶାଳୀ ବଜେଟ୍ ।


Share It

Comments are closed.