ଭୁବନେଶ୍ୱର – ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଯୁନିଟ-୩, ଭୁବନେଶ୍ୱର ରେ ଅଦ୍ୟ ବିଦ୍ୟାରମ୍ଭ ଯଜ୍ଞ ଓ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ଛାତ୍ର-ଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଗଣ ଅତ୍ୟନ୍ତ ଉତ୍ସାହରେ ଅଂଶଗ୍ରହଣ କରିଥିଲେ।
ଉତ୍ସବ ଆରମ୍ଭ ହେବା ପୂର୍ବରୁ ମା’ ଭୁବନେଶ୍ୱରୀ, ମା’ ମଙ୍ଗଳା, ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱର ଓ ଶ୍ରୀ ହନୁମାନ ମନ୍ଦିରରୁ ପବିତ୍ର ପୂଜା ଜଳ ଓ ଆଜ୍ଞା ମାଳ ଆଣାଯାଇ ମହା ଶୋଭା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଘଣ୍ଟ ବାଦନ, ଘୋଷ ବାଦନ, ସଙ୍କୀର୍ତ୍ତନ ପଦଯାତ୍ରା ଓ କଳସ ଯାତ୍ରା ହେବା ସହ ନୂତନ ଅଭିଭାବିକା ଓ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଆକର୍ଷଣୀୟ ଥିଲା।
ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ମହୋଦୟ ନୂତନ ଭାବେ ନାମ ଲେଖାଇଥିବା ନବାଗତ ଶିଶୁମାନଙ୍କ ପଦ ପ୍ରଖାଳନ କରାଇ ସ୍ଵାଗତ କରିଥିଲେ। ଗାୟତ୍ରୀ ମହାଯଜ୍ଞ ଓ ବିଦ୍ୟାରମ୍ଭ ଯଜ୍ଞ ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା।
ଉତ୍କଳ ଦିବସ ଅବସରରେ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ବିପିନ ଚନ୍ଦ୍ର ନାୟକ ଓଡ଼ିଶା ଇତିହାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଗରୀମାମୟ ଗାଥା ସମ୍ବନ୍ଧରେ ଆଲୋଚନା କରିଥିଲେ।
ଏହି ଅବସରରେ ବର୍ଷିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୮୪ ଜଣ କୃତି ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ହସ୍ତରେ ପୁରସ୍କାର ବିତରଣ କରାଯାଇଥିଲା।
ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଓ ଅନ୍ୟ ସଦସ୍ୟବୃନ୍ଦ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତାରାସ “ଏହି ପବିତ୍ର ଅବସରରେ ଅତ୍ୟନ୍ତ ଆନନ୍ଦିତ ବୋଲି କହିବା ସହ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ବଳ କରିବା ପାଇଁ ଶିକ୍ଷା ଓ ସଂସ୍କାର ଦ୍ଵାରା ସଚେତନ କରିବାକୁ ଅନ୍ୟତମ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ।ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରେରଣା ଏବଂ ଗୁରୁଜୀଗୁରୁମାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏହି ଉତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା ।
Next Post
Comments are closed.