ନିଜ ଗର୍ଭବସ୍ଥା ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ‘ବିଦ୍ୟା ବାଲାନ’


ବଲିଉଡରେ ବିବାହ, ଗର୍ଭାବସ୍ଥା ଏବଂ ବ୍ରେକଅଫକୁ ନେଇ ଯେତେବେଳେ ଖବର ସାମନାକୁ ଆସେ ତେବେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଏ । କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଗର୍ଭବସ୍ଥାକୁ ନେଇ ମଧ୍ୟ ଏହିଭଳି କିଛି ଖବର ସାମନାକୁ ଆସିଥିବାବେଳେ ଏହାକୁ ନେଇ ବର୍ତ୍ତମାନ ଖୋଦ ଅଭିନେତ୍ରୀ ଜଣକ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ ସାମ୍ବାଦିକ ମାନଙ୍କୁ ଏହି ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ,ତାଙ୍କୁ ପାଖପାଖି ୭ ବର୍ଷ ହେବ ଏଭଳି ଖବରର ସାମନା ହେବାକୁ ପଡିଛି ।
ପ୍ରକାଶ ଥାଉକି, ସେ ୨୦୧୨ରେ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଥିଲେ । ଏହା ପର ଠାରୁ ହିଁ ସେ ଗର୍ଭବତୀ ଥିବାର ଖବର ସାମନାକୁ ଆସୁଛି । ବିଦ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ, ଏହି ସମସ୍ତ ଖବର ଏକ ଗୁଜବ ଯାହାକି ସେ ଦୀର୍ଘ ୭ ବର୍ଷ ହେବ ଶୁଣି ଆସୁଛନ୍ତି । ବିଦ୍ୟା ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ବର୍ତ୍ତମାନ ଗର୍ଭବତୀ ନାହାନ୍ତି ।


Share It

Comments are closed.