ୱି ପକ୍ଷରୁ କଜାଖସ୍ତାନ, ଉଜବେକିସ୍ତାନ ଓ ଜୋର୍ଡାନ ଗସ୍ତ କରୁଥିବା ଭାରତୀୟଙ୍କ ପାଇଁ ପୋଷ୍ଟପେଡ ‌ରୋମିଂ ପ୍ୟାକର ଶୁଭାରମ୍ଭ


ଭୁବନେଶ୍ୱର: ଅଧିକରୁ ଅଧିକ ଭାରତୀୟ ବିଦେଶ ଗସ୍ତ କରିବାକୁ ପସନ୍ଦ କରୁଥିବା ବେଳେ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆର ନୂଆ ନୂଆ ସ୍ଥାନ ଅନୁସନ୍ଧାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଟେଲିକମ ଅପରେଟର ୱି ପକ୍ଷରୁ କଜାଖସ୍ତାନ, ଉଜବେକିସ୍ତାନ ଓ ଜୋର୍ଡାନ ଗସ୍ତ କରୁଥିବା ଭାରତୀୟମାନଙ୍କ ଲାଗି ତିନିଟି ନୂଆ ପୋଷ୍ଟପେଡ ଅନ୍ତର୍ଜାତୀୟ ରୋମିଂ ପ୍ୟାକର ଶୁଭାରମ୍ଭ କରାଯାଇଛି । ୱିର ଗ୍ରାହକମାନେ ମାତ୍ର ୬୪୯ ଟଙ୍କା ଦେଇ ନିରବଚ୍ଛିନ୍ନ ଭାବେ ୧୨୦ଟି ଦେଶରେ ଯୋଗାଯୋଗରେ ରହିପାରିବେ । ପ୍ରଥମ ମାନବ ମହାକାଶ ବିମାନ କସମୋଡ୍ରମର ସ୍ଥଳ କଜାଖସ୍ତାନ, ଉଜବେକିସ୍ତାନର ସମରକଣ୍ଡ ଏବଂ ଜୋର୍ଡାନର ଡେଡ ସି ଓ ପେଟ୍ରାକୁ ୱି ଏହା ସହ ଯୋଡ଼ିଛି । ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଏହି ସ୍ଥାନଗୁଡ଼ିକ ବେଶ ଲୋକପ୍ରିୟ ହୋଇଛି ।

ବିଦେଶ ଭ୍ରମଣରେ ଥିବା ବେଳେ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିବା ଲାଗି ୱିର ପୋଷ୍ଟପେଡ ବ୍ୟବହାରକାରୀମାନେ ୨୪ ଘଂଟିଆ ପ୍ୟାକଠାରୁ ଆରମ୍ଭ କରି ୧୦ ଦିନିଆ ପ୍ୟାକ, ୧୪ ଦିନିଆ ପ୍ୟାକ ଓ ୩୦ ଦିନିଆ ପ୍ୟାକ ଭଳି ବିକଳ୍ପରୁ ନିଜ ପସନ୍ଦର ପ୍ୟାକ ଚୟନ କରିପାରିବେ । ୱିର ଏକ ‘ଅଲୱେଜ ଅନ’ ସୁବିଧା ରହିଛି ଯାହା ପ୍ୟାକ ଶେଷ ହେବା ପରେ ବ୍ୟବହାରକାରୀମାନଙ୍କୁ ଅନ୍ତର୍ଜାତୀୟ ରୋମିଂ ଶୁଳ୍କରୁ ସୁରକ୍ଷା ପ୍ରଦାନ କରିବ ।

ପ୍ରତି ଭ୍ରମଣକାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଶ୍ରେଷ୍ଠ ଅନ୍ତର୍ଜାତୀୟ ରୋମିଂ ପ୍ୟାକ ପ୍ରଦାନ କରିବା ଲାଗି ୱି ପ୍ରତିବଦ୍ଧ ରହିଛି । ୱି ପକ୍ଷରୁ ଆଜରବାଇଜାନ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ପାଇଁ ପୋଷ୍ଟପେଡ ରୋମିଂ ପ୍ୟାକର ଶୁଭାରମ୍ଭ କରାଯାଇଥିଲା । ଉଭୟ ସୁଲଭତା ଓ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ୱି ରୋମିଂ ପ୍ୟାକ ଆଉଟଗୋଇଂ କଲ ମିନିଟ, ଯଥେଷ୍ଟ ଡାଟା କୋଟା, ଏସଏମଏସ ପାଇଁ ସୁହାଇବା ଭଳି ବିକଳ୍ପ ପ୍ରଦାନ କରୁଛି ଯାହା ଲୋକମାନଙ୍କ ଯାତ୍ରା ସମୟରେ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିବାର ସୁଲଭ ଉପାୟ ପ୍ରଦାନ କରୁଛି ।


Share It

Comments are closed.