ଆରପାରିରେ ବିଶିଷ୍ଟ ହାସ୍ୟ ଅଭିନେତା ଭେଣୁ ମାଧବ


ତେଲୁଗୁ ଫିଲ୍ମ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଭେଣୁ ମାଧବଙ୍କ ଆଜି ପରଲୋକ ଘଟିଛି । ତାଙ୍କ ପରିବାର ଏହି ସଂପର୍କରେ ସୂଚନା ଦିଆଯାଇଥିବାବେଳେ ସେ ଆଜି ଅପରାହ୍ନ ୧୨.୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭେଣୁ ଦୀର୍ଘ ସମୟ ହେବ ଗୁରୁତର ରୋଗରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ମିଳିଥିବା ସୂଚନା ମୁତାବକ ଭିଣୁଙ୍କ, କିଡନୀ ଏବଂ ଲିଭର ସମ୍ବନ୍ଧିୟ ସମସ୍ୟା ଯୋଗୁଁ ତାଙ୍କୁ ୨୪ ସେପ୍ଟେମ୍ବରରେ ସିକନ୍ଦରାବାଦସ୍ଥିତ କରପୋରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Share It

Comments are closed.