ବାଲିକା ବଧୂ ର ‘ଦାଦି ସା’ ଫେମ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ


ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ହୃଦ୍‌ଘାତ ହେତୁ ସେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରସିଦ୍ଧ ସିରିଏଲ ବାଲିକା ବଧୂରେ ଦାଦି ସା ଭୂମିକାରେ ଅଭିନୟ କରିଥିବା ସୁରେଖାଙ୍କ ମୃତ୍ୟୁ ହେତୁ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି।

ଅଭିନେତ୍ରୀଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ମ୍ୟାନେଜର କହିଛନ୍ତି ଯେ ଏହା ଦୁଃଖଦାୟକ ଯେ ସୁରେଖା ଜୀ ଆଉ ନାହାଁନ୍ତି । ଆଜି ସକାଳେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦ୍ୱିତୀୟ ବ୍ରେନ ଷ୍ଟ୍ରୋକ୍ ପରେ ସେ ବହୁତ ଅସୁବିଧାରେ ପଡ଼ିଥିଲେ | ମସ୍ତିଷ୍କ ଆଘାତ ପରେ ସୁରେଖାଙ୍କ ଉପରେ ଚିକିତ୍ସାର ଶୀଘ୍ର ପ୍ରଭାବ ପକାଉ ନଥିଲା। ସେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଥିଲେ। ତାଙ୍କର ଫୁସଫୁସରେ ପାଣି ଭରି ଯାଇଥିଲା ​​ଏବଂ ଔଷଧଗୁଡ଼ିକର ଯେଭଳି ପ୍ରଭାବ ରହିବା ଉଚିତ୍ ସେଭଳି ହେଉନଥିଲା | ଚିକିତ୍ସା ଦ୍ବାରା ମସ୍ତିଷ୍କ ଆଘାତ ହେତୁ ସୃଷ୍ଟି ହୋଇଥିବା ଜମାଟକୁ ବାହାରକରିଦିଆଯାଇଥିଲା ।

ଖବର ଅନୁଯାୟୀ, ସୁରେଖା ୨୦୨୦ ମସିହାରେ ବ୍ରେନ ଷ୍ଟ୍ରୋକ୍ ର ଶିକାର ହୋଇଥିଲେ । ଏଥିସହିତ କୁହାଯାଉଛି ଯେ ହୃଦ୍‌ଘାତ ହେତୁ ଆଜି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ଦ୍ୱିତୀୟ ବ୍ରେନ ଷ୍ଟ୍ରୋକ୍ କାରଣରୁ ଜଟିଳତା ସହ ଲଢ଼ୁଥିଲେ।

ପ୍ରକାଶଥାଉ ଯେ ସୁରେଖା ଥିଏଟର, ଚଳଚ୍ଚିତ୍ର ଏବଂ ଟିଭିରେ ବହୁତ କାମ କରିଛନ୍ତି | ସେ ୧୯୭୮ ମସିହାରେ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ‘କିସା କୁର୍ସି କା’ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି | ଅଭିନେତ୍ରୀଙ୍କୁ ତିନିଥର ସପୋର୍ଟିଙ୍ଗ ରୋଲ ପାଇଁ ସୁରେଖାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।


Share It

Comments are closed.