ପରଲୋକରେ ଭେଟରାନ ଅଭିନେତା ‘ଗିରିଶ କର୍ନାଡ’


ଆଜି ଭେଟରାନ ଅଭିନେତା ‘ଗିରିଷ କର୍ନାଡ’ଙ୍କ ପରଲୋକ ଘଟିଛି । ସେ ଏକାଧାରାରେ ଜଣେ ଲେଖକ, ନାଟକକାରା, କଳାକାର ଏବଂ ନିର୍ଦ୍ଦେଶକ ଥିଲେ । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା କାରଣରୁ ହସ୍ପିଟାଲରେ ଚିକିତ୍ସାଦିନ ଅବସ୍ଥାରେ ଥିଲେ । ଆଜି ବେଙ୍ଗାଲୁରୁସ୍ଥିତ ତାଙ୍କ ବାସ ଭବନରେ ନିଧିନ ଘଟିଛି । ୧୯୯୮ରେ ଜ୍ଞାନପୀଠ ପୁରଷ୍କାର ପ୍ରାପ୍ତ କରିଥିବା ଗିରିଷ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।
ଗିରିଷ ସାହିତ୍ୟ, ନାଟକ ଏବଂ ଫିଲ୍ମ ଜଗତରେ ଜଣେ ଲୋକ ପ୍ରିୟ ବ୍ୟକ୍ତି ଥିଲେ । ସେ ୧୯୭୨ରେ ସଙ୍ଗୀତ ନାଟକ ପୁରଷ୍କାରରେ ସମ୍ମାନିତ ହୋଇଥିବାବେଳେ ପୂର୍ବରୁ ୧୯୭୪ରେ ପଦ୍ମଶ୍ରୀ, ୧୯୯୨ରେ ପଦ୍ମଭୂଷଣ, ୧୯୯୨ରେ କନ୍ନଡ ସାହିତ୍ୟ ଏକାଡିମ ପୁରଷ୍କାର, ୧୯୯୪ରେ ସାହିତ୍ୟ ଏକାଡିମ ପୁରଷ୍କାର, ୧୯୯୮ ଜ୍ଞାନପୀଠ ପୁରଷ୍କାର ସମ୍ମାନିତ ମଧ୍ୟ ହୋଇ ସାରିଛନ୍ତି ।
କେବଳ ଏତିକି ନୁହଁ, ସେ କାଳିଦାସ ସମ୍ମାନ, ଟାଟା ଲିଟରେଚର ଲାଇଭ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ ହୋଇସାରିଥିବାବେଳେ ଫିଲ୍ମ କ୍ଷେତ୍ରରେ ଅନେକ ପୁରଷ୍କାରରେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି ।


Share It

Comments are closed.