ଆଉ ନାହାନ୍ତି ମିହିର ଦାସ


ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି। କିଛି ଦିନ ତଳେ ଆଇସିୟୁରେ ଥିଲେ। ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।


Share It

Comments are closed.